LIVE TV

ନାବାଳିକା ପତ୍ନୀ ସହ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ଉତ୍ତର ପ୍ରଦେଶ ହାଇକୋର୍ଟ

NEWS7
sex with minor wife is not rape say  Allahabad High Court

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଇକୋର୍ଟ ୨୦୦୫ର ଏକ ମାମଲାରେ ଶୁଣାଣି କରି ଆଶ୍ଚର୍ଯ୍ୟକର କଥା କହିଛନ୍ତି। ନାବାଳିକା ପତ୍ନୀଙ୍କ ସହିତ ଶାରିରୀକ ସମ୍ପର୍କ ରଖିବା ଅପରାଧ ନୁହେଁ ବୋଲି କୋର୍ଟ କହିଛନ୍ତି। ୨୦୦୫ ମସିହାରେ ଜଣେ ଅଭିଯୁକ୍ତ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ହେଲେ ହାଇକୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତରୁ ପ୍ରତ୍ୟାଖ୍ୟାନ କରି ଏପରି କଥା କହିଛନ୍ତି।

ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ପୁରୁଷ ଜଣକ ନାବାଳିକା ଝିଅଟିକୁ ବିବାହ କରିଥିଲେ। ଏବଂ  ସେତେବେଳକୁ ନାବାଳିକାଙ୍କ ବୟସ ୧୬ ବର୍ଷ ହୋଇଥିଲା। ଆଉ ମୁସଲିମ ପର୍ସନାଲ ଆଇନ ଅନୁଯାୟୀ ଏହା ଅପରାଧ ନୁହେଁ। ଘଟଣା ଘଟିଥିବା ସମୟରେ ରଖାଯାଇଥିବା ଯୌନ ସମ୍ପର୍କ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଦଣ୍ଡନୀୟ ନୁହେଁ ବୋଲି କୋର୍ଟ କହିଛନ୍ତି।

୨୦୦୫ରେ ଘଟିଥିବା ଏହି ଘଟଣାରେ ଉତ୍ତର ପ୍ରଦେଶର ଏକ ନିମ୍ନ ଅଦାଲତ ଶୁଣାଣି କରି ୨୦୦୭ ମସିହାରେ ଅଭିଯୁକ୍ତଙ୍କୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୬୩, ୩୬୬ ଏବଂ ୩୭୬ ଅନୁଯାୟୀ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ହେଲେ ଅଭିଯୁକ୍ତ ଜଣଙ୍କ ମୁସ୍ଲି ପର୍ସନାଲ ଲକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଶୁକ୍ରବାର ଅଲ୍ଲାହବାଦ ହାଇକୋର୍ଟ କରିବିଚାରପତି ଜଷ୍ଟିସ୍ ଅନିଲ କୁମାର ମାମଲାର ଶୁଣାଣି କରି ଟ୍ରାଏଲ୍ କୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରି ଦେଇଛନ୍ତି।

ଘଟଣାରେ ପୀଡିତାଙ୍କ ବାପା ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ଦାୟର କରିଥିଲେ। ତାଙ୍କ ଝିଅଙ୍କୁ ପ୍ରଲୋଭିତ କରାଯାଇଥିଲା ବୋଲି ସେ ଦାବି କରିଥିଲେ। ହେଲେ ପଚରାଉଚରା ସମୟରେ ଝିଅଟି ବାପାଙ୍କ କଥାକୁ ଖଣ୍ଡନ କରିଥିଲା। ବରଂ ସେ ଅଭିଯୁକ୍ତ ଆବେଦନକାରୀଙ୍କ ସହିତ ଯିବା ପାଇଁ ସ୍ୱେଚ୍ଛାକୃତ ଭାବରେ ଘରୁ ବାହାରି ଆସିଥିଲେ। ଏବଂ ସେହି ବ୍ୟକ୍ତିଙ୍କ ସହିତ ଯାତ୍ରା କରିଥିଲେ ଏବଂ ତାଙ୍କୁ ବିବାହ କରିଥିଲେ। ତାପରେ ସେମାନେ ଭୋପାଳରେ ଏକ ମାସ ପାଇଁ ବିବାହିତ ଦମ୍ପତି ଭାବରେ ରହିଥିଲେ ବୋଲି ଝିଅଟି ବୟାନ ଦେଇଥିଲା।

ଘଟଣାରେ କୋର୍ଟ କହିଛନ୍ତି ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କୁ ଘରୁ ନେଇ ପଳାଇବା କିମ୍ବା ତାଙ୍କୁ ପ୍ରଲୋଭନ ଦେଖାଇବା ଭଳି କୌଣସି ପ୍ରମାଣ ଦେଇପାରନ୍ତି ନାହାନ୍ତି ଅଭିଯୋଗ କର୍ତ୍ତା। ଉପରୋକ୍ତ ପରିସ୍ଥିତିରେ ଏହା ସ୍ପଷ୍ଟ ହେଉଛି। ତେଣୁ, ଅଭିଯୁକ୍ତଙ୍କୁ ଦୁଷ୍କର୍ମ ପାଇଁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ। କାରଣ ଘଟଣା ସମୟରେ ପୀଡିତାଙ୍କ ବୟସ ୧୬ ବର୍ଷରୁ ଅଧିକ ଥିଲା। ଏବଂ ବିବାହ ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା।