ନ୍ୟୁଚଣ୍ଡିଗଡ଼: ଡିକକଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁଲ୍ଲାନପୁରରେ ଖେଳା ଯାଉଥିବା ଦ୍ଵିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକାର ବିଶାଳ ସ୍କୋର। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଦଳ ୪ ଓ୍ଵିକେଟ୍ ହରାଇ ୨୧୩ ରନ କରିଛି। ଭାରତକୁ ମ୍ୟାଚ୍ ଜିତିବା ପାଇଁ ଦରକାର ୨୧୪ ରନ। ଡିକକ ୪୬ ବଲରୁ ୯୦ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ଡୋନୋଭାନ ଫେରରା ୧୬ ବଲରୁ ୩୯ ରନ ଓ ଡେଭିଡ୍ ମିଲର ଦ୍ରୁତ ୨୦ ରନ କରିଛନ୍ତି। ଶେଷ ୩ ଓଭରରେ ଭ୍ରମଣକାରୀ ଦଳ ୪୯ ରନ ସଂଗ୍ରହ କରିଛି।

ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କ୍ୱିଣ୍ଟନ୍ ଡି କକ୍ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ। ହେଲେ  ରୀଜା ହେଣ୍ଡ୍ରିକ୍ସ ଶୀଘ୍ର ଆଉଟ୍ ହୋଇଥିଲେ। ଡି କକ୍ ଏବଂ ଏଡେନ୍ ମାର୍କରାମଙ୍କ ମଧ୍ୟରେ ୮୩ ରନ୍‌ର ପାର୍ଟନରସିପ୍ ହୋଇଥିଲା ଯୋଡ଼ି ଭାଙ୍ଗିବା ପାଇଁ ଭାରତୀୟ ବୋଲରମାନଙ୍କୁ ସଂଘର୍ଷ କରିବାକୁ ପଡ଼ିଥିଲା। ଡିୱାଲ୍ଡ ବ୍ରେଭିସ୍ ଦୁଇଟି ଚୌକା ମାରି ୧୪  ରନରେ ଆଉଟ୍ ହୋଇଥିଲେ।

କ୍ୱିଣ୍ଟନ୍ ଡି କକ୍ ଧୂଆଁଧାର ବ୍ୟାଟିଂ  କରି ନିଜର ଦ୍ଵିତୀୟ ଟି-୨୦ ଶତକ ହାସଲ ଦିଗରେ ଅଗ୍ରସର ହେଉଥିଲେ।  କିନ୍ତୁ ୯୦ ରନରେ ରନ୍‌ଆଉଟ୍ ହୋଇଥିଲେ। ଡେଭିଡ୍ ମିଲର୍ ଏବଂ ଡୋନୋଭାନ୍ ଫେରେରା ଶେଷ ଓଭରରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୧୭ ଓଭର ସୁଦ୍ଧା ଦକ୍ଷିଣ ଆଫ୍ରିକା ୧୬୪ ରନ୍ କରିଥିଲା  ଏବଂ ୨୦୦ ରନରେ ପହଞ୍ଚିବା କଷ୍ଟକର କାମ ମନେ ହେଉଥିଲା।

ତଥାପି, ଡେଭିଡ୍ ମିଲର୍ ଏବଂ ଡୋନୋଭାନ୍ ଫେରେରା ଶେଷ ତିନି ଓଭରରେ ୪୯ ରନ୍‌ ଯୋଡ଼ିଥିଲେ। ଫଳସ୍ୱରୂପ, ଦକ୍ଷିଣ ଆଫ୍ରିକାର  ୨୧୩ ରନର ବିଶାଳ ସ୍କୋର କରି ପାରିଛି। ମିଲର ୧୨ ବଲରେ ୨୦ ରନ ଏବଂ ଫେରରା ୧୬ ବଲରେ ୩୦ ରନ କରିଥିଲେ।