LIVE TV

ଅଷ୍ଟ୍ରେଲିଆ ପାଇଁ ଟିମ୍ ଇଣ୍ଡିଆ ଘୋଷଣା : କମାଣ୍ଡ୍ ସମ୍ଭାଳିବେ ଗିଲ୍, ଟିମ୍‌କୁ ଫେରିଲେ ରୋହିତ-କୋହଲି

NEWS7
team india sqa

ନୂଆଦିଲ୍ଲୀ ୦୪/୧୦: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହୋଇଛି ଟିମ୍ ଇଣ୍ଡିଆ ସ୍ୱ୍କାଡ । ଭାରତୀୟ ଦଳ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ମାଟିରେ ତିନୋଟି ଦିନିକିଆ ଓ ପାଞ୍ଚଟି ଟି-୨୦ ଅନ୍ତର୍ଜାତୀୟ ଖେଳିବ। ଏଥିପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଦଳ ।

ତେବେ ଟେଷ୍ଟ ପରେ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି ଶୁବମନ ଗିଲ୍ । ଟେଷ୍ଟ ପରେ ଦିନିକିଆରେ ଶୁଭମନ ଗିଲ୍ ନୂଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଶୁବମନ ନେବେ ନେତୃତ୍ବ । ରୋହିତ ଶର୍ମାଙ୍କ ସ୍ଥାନରେ ଶୁବମନ ନେବେ ନେତୃତ୍ୱ । ବିରାଟ କୋହଲି, ରୋହିତ ଶର୍ମା ମଧ୍ୟ ଦଳରେ ସାମିଲ୍ ଅଛନ୍ତି । ତେବେ ଆହତ କାରଣରୁ ରିଷଭ ପନ୍ତ ଦଳରୁ ବାଦ୍ ପଡ଼ିଛନ୍ତି । 

ସୂଚନା ଥାଉକି, ଦଳ ଚୟନ ପ୍ରକ୍ରିୟା ଉପରେ ଆଲୋଚନା କରିବା ପାଇଁ ଅହମ୍ମଦାବାଦରେ ଚୟନକର୍ତ୍ତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରୋହିତ ଶର୍ମାଙ୍କ ସ୍ଥାନରେ ଗିଲଙ୍କୁ ଦିନିକିଆ ଅଧିନାୟକ କରାଯାଇଛି ।

ଭାରତର ଦିନିକିଆ ଦଳ:

ଶୁବମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟ କିପର), ନୀତିଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ଧ୍ରୁବ ଜୁରେଲ (ୱିକେଟ କିପର), ଯଶସ୍ୱୀ ଜୟସ୍ୱାଲ ।