ଇନ୍ଦୋର,୮|୦୧: ଇନ୍ଦୋରରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ତଥା ଶେଷ ଦିନିକିଆ ଖେଳାଯିବ । ମ୍ୟାଚ୍ ଦିନ ୧ଟା ୩୦ରେ ଆରମ୍ଭ ହେବ । ତେବେ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ୍ । ଭାରତୀୟ ଅଧିନାୟକ ଶୁଭମନ୍ ଗିଲ୍ ଟସ୍ ଜିତିଛନ୍ତି । ସେ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି । ଭ୍ରମଣକାରୀ ଟିମକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରାଯାଇଛି । 

ଇନ୍ଦୋରରେ ଗୋଟିଏ ଇନିଂସରେ ସର୍ବାଧିକ ରନ୍ ହେଉଛି ୪୧୮। ଯାହା୨୦୧୧ରେ ଭାରତ ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ହାସଲ କରିଥିଲା । ଏହା ଟିମ୍ ର ସର୍ବେଶ୍ରେଷ୍ଠ ସ୍କୋର୍ । ଏଥିରେ ବିରେନ୍ଦ୍ର ସେହ୍ୱାଗଙ୍କ ବ୍ୟାଟରୁ ଦ୍ୱିଶତକ ବାହାରିଥିଲା । ବର୍ତ୍ତମାନର ଅଧିନାୟଶୁଭମନ ଗିଲ୍ ଇନ୍ଦୋରରେ ଖୁବ୍ ରନ୍ କରିଛନ୍ତି । ସେ ଟି ମ୍ୟାଚରୁ ୨୧୬ରନ୍ କରିଛନ୍ତି । ଉଭୟ ପାଳିରେ ତାଙ୍କ ବ୍ୟାଟରୁ ଶତକ ବାହାରିଛି । 

ସେହିପରି ରୋହିତ ଶର୍ମା ଏଠାରେ ଟି ମ୍ୟାଚ୍ ଖେଳିଛନ୍ତି । ଏଥିରେ ଗୋଟିଏ ଶତକ ରହିଛି । ମୋଟ୍ ସେ ୨୦୫ରନ୍ କରିଛନ୍ତି । ଶ୍ରେୟସ ଆୟର ଇନ୍ଦୋରରେ ଗୋଟିଏ ମ୍ୟାଚ୍ ଖେଳିଥିଲେ ବି ଶତକ ଲଗାଇଛନ୍ତି । କିନ୍ତୁ ବିରାଟ କୋହଲିଙ୍କ ରେକର୍ଡ ଇନ୍ଦୋରରେ ସେପରି କିଛି ଖାସ୍ ନାହିଁ । ସେ ଟି ମ୍ୟାଚରୁ ମାତ୍ର ୯୯ରନ୍ କରିଛନ୍ତି । ରବିବାର ସେ ବଡ ସ୍କୋର କରିବେ ବୋଲି ଆଶା କରାଯାଉଛି ।

ଅନ୍ୟ ଦିଗରେ ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ କନଓ୍ୱେ ଏଠାରେ ଗୋଟିଏ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନାଁରେ ମଧ୍ୟ ଶତକ ରହିଛି । ମୁକାବିଲାକୁ ଜିତି କିଓ୍ୱି ଟିମ୍ ସିରିଜ୍ ହାତେଇବାକୁ ଲକ୍ଷ୍ୟ ରଖିବ । ରାଜକୋଟରେ ବିଜୟ ପରେ ଦଳର ଆତ୍ମବିଶ୍ୱାସ ଅଧିକ ରହିଛି । ତେଣୁ ଉଭୟ ଦଳ ଆଜିର ମୁକାବିଲାକୁ ଜିତିବାକୁ ପ୍ରୟାସ କରିବେ ।