ମୁମ୍ବାଇ, ୨୨/୦୨: ଚାଲିଛି ଟି୨୦ ବିଶ୍ୱକପ୍ । ସବୁ ଦଳ ଫେଭରେଟ୍ । ଲିଗ୍ ମୁକାବିଲାରେ କରିଛନ୍ତି ଜବରଦସ୍ତ ପ୍ରଦର୍ଶନ । ସୁପର ୮ରେ ଜିତି ସେମିଫାଇନାଲରେ ପହଁଚିବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଭାରତ ଯଦି ସୁପର ୮ରୁ ସେମିକୁ ଯାଏ ତେବେ ମୁମ୍ବାଇରେ ମ୍ୟାଚ୍ ଖେଳାଯିବା ନେଇ ଭେନ୍ୟୁ ସ୍ଥିର ହୋଇଛି । କିନ୍ତୁ ଦଳ ମୁମ୍ବାଇର ପ୍ରସିଦ୍ଧ ଓ୍ୱାଙ୍ଖଡେ ଷ୍ଟାଡିୟମରେ ଖେଳିବା ନେଇ ସସପେନ୍ସ ରହିଛି । ଯାହାର କାରଣ ହେଉଛି ପାକିସ୍ତାନ ।

ରିପୋର୍ଟ ଅନୁସାରେ, ଭାରତ ସୁପର ୮ରେ କ୍ୱାଲିଫାଏ ହେଲେ ଦ୍ୱିତୀୟ ସେମି ଫାଇନାଲ ଓ୍ୱାଙ୍ଖଡେରେ ଖେଳିବ । କିନ୍ତୁ ଏହା ପରିବର୍ତ୍ତନ ହୋଇପାରେ । ଯଦି ପାକିସ୍ତାନ ମଧ୍ୟ ଭାରତ ସହ ଦ୍ୱିତୀୟ ସେମି ଖେଳେ ତାହାଲେ ଏହା ଶ୍ରୀଲଙ୍କାରେ ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଭାରତ ନିଜ ଗ୍ରୁପରେ ପ୍ରଥମ ଏବଂ ପାକିସ୍ତାନ ନିଜ ଗ୍ରୁପରେ ଦ୍ୱିତୀୟ ସ୍ଥାନରେ ରହିବା ଦରକାର କିମ୍ବା ପାକିସ୍ତାନ ଗ୍ରୁପରେ ପ୍ରଥମ ଏବଂ ଭାରତ ଦ୍ୱିତୀୟ ପୋଜିସନରେ ରହିବା ଜରୁରୀ । ନଚେତ ଭାରତ ଅନ୍ୟ ଟିମ୍ ସହ ମୁମ୍ବାଇରେ ଖେଳିବା ପାଇଁ ସୁଯୋଗ ପାଇବ ।

ଏହି ଖବରଟି ପଢନ୍ତୁ... ଆଫଗାନିସ୍ତାନ ଭିତରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୧୯ ମୃତ : ପ୍ରତିଶୋଧ ନେବ ତାଲିବାନ !

ଆଇସିସିର କହିବାନୁସାରେ, ଭାରତ ଏବଂ ପାକିସ୍ତାନ ସେମି ଫାଇନାଲରେ ପରସ୍ପରକୁ ଭେଟିଲେ ମ୍ୟାଚ୍ ଭାରତରେ ଖେଳାଯିବ ନାହିଁ । ଏହା କଲମ୍ବୋରେ ଖେଳାଯିବ । ଭାରତ ଅନ୍ୟ ଟିମକୁ ଭେଟିଲେ ମୁମ୍ବାଇର ଐତିହାସିକ ଓ୍ୱାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ ।

ସେହିପରି ପାକିସ୍ତାନ ସେମିକୁ ଉନ୍ନୀତ ହେଲେ ପ୍ରଥମ ସେମିଫାଇନାଲରେ ଭେନ୍ୟୁ ବଦଳିଯିବ । ଯଦି ପାକିସ୍ତାନ ଅନ୍ୟ କୌଣସି ଟିମ୍ ସହ ସେମି ଖେଳେ ଏହା କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବ ନାହିଁ । ବରଂ ଏହା ମଧ୍ୟ ଶ୍ରୀଲଙ୍କାର ପ୍ରେମଦାସାରେ ଖେଳାଯିବ ।

୨୦୨୭ର ହାଇବ୍ରିଡ୍ ମଡେଲ୍ ଚୁକ୍ତି

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇବ୍ରିଡ୍ ମଡେଲ ନେଇ ଚୁକ୍ତି ହୋଇଛି । ଏହା ୨୦୨୭ ଯାଏଁ ବଳବତ୍ତର ରହିବ । ଯାହା ଦ୍ୱାରା ଦୁଇ ଦେଶ ପରସ୍ପର ମଧ୍ୟରେ ଭାରତ କିମ୍ବା ପାକିସ୍ତାନରେ ଖେଳିବେ ନାହିଁ । ବରଂ ଅନ୍ୟ ଜାଗାରେ ମ୍ୟାଚ୍ ଖେଳାଯିବ । ସବୁଠୁ ମଜା କଥା ହେଲା ଯେ, ଯଦି ଶ୍ରୀଲଙ୍କା ସେମିକୁ କ୍ୱାଲିଫାଏ କରେ ତାହେଲେ ମୁକାବିଲାର ଆୟୋଜକ ହେଲେ ମଧ୍ୟ ଭାରତରେ ଖେଳିବ ।