ନୂଆଦିଲ୍ଲୀ: ଗଲୱାନ ସଂଘର୍ଷ ପାଇଁ ୫ ବର୍ଷର ଉତ୍ତେଜନା ପରେ ପୁଣିଥରେ ଭାରତ ଓ ଚୀନ ସମ୍ପର୍କ ସ୍ୱାଭାବିକ ହୋଇଛି। ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଯାତ୍ରା ଆରମ୍ଭ କରିବାକୁ ପୂର୍ବରୁ ସହମତି ହୋଇଥିବା ବେଳେ ଅକ୍ଟୋବରରୁ ୨୬ରୁ  ବିମାନ ସେବା ଆରମ୍ଭ କରିବାକୁ ଏୟାରଲାଇନ୍ସ ଇଣ୍ଡିଗୋ ଘୋଷଣା କରିଛି ଅକ୍ଟୋବର ଶେଷ ସୁଦ୍ଧା ବିମାନସେବା ଆରମ୍ଭ ହେବ ବୋଲି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଗୁରୁବାର ସୂଚନା ଦେଇ ଦେଇଥିଲେ। ଏହାର  ତୁରନ୍ତ ପରେ ଇଣ୍ଡିଗୋ ବିମାନ ସେବା ଆରମ୍ଭ କରିବା ନେଇ ଘୋଷଣା କରିଛି।   

ଭାରତ-ଚୀନ ମଧ୍ୟରେ ଡୋକଲାମ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟର ବିମାନ ସେବା ରଦ୍ଦ ହୋଇଥିଲା। ଏହାପରେ କୋଭିଡ୍-୧୯ ମଧ୍ୟ କିଛିଦିନ ବାଧା ସୃଷ୍ଟି କରିଥିଲା। ଏବେ ପୁଣିଥରେ ଦୁଇ ଦେଶ ମଧ୍ୟରେ ବିମାନ ସେବା ଆରମ୍ଭ ହେବ।

ବିମାନ ସେବା ଆରମ୍ଭ କରିବା ନେଇ ଇଣ୍ଡିଗୋ କହିଛି ସାମ୍ପ୍ରତିକ କୂଟନୈତିକ ପଦକ୍ଷେପ ପରେ, ଇଣ୍ଡିଗୋ ୨୬ ଅକ୍ଟୋବର ୨୦୨୫ ରୁ ପ୍ରତିଦିନ, ନନ୍-ଷ୍ଟପ୍ ଉଡ଼ାଣ ସହିତ କୋଲକାତାରୁ ଗୁଆଙ୍ଗଝୁ (CAN) କୁ ସଂଯୋଗ କରି ମ୍ୟାନ ଲ୍ୟାଣ୍ଡ ଚାଇନାକୁ ଏହାର ସେବା ପୁନଃଆରମ୍ଭ କରିବାର ଘୋଷଣା କରିଛି।

ତେବେ ପ୍ରଥମେ କୋଲକାତାରୁ ଚୀନକୁ ଉଡ଼ାଣ ଆରମ୍ଭ କରିଥିବା ବେଳେ ଖୁବ୍‌ଶୀଘ୍ର ରାଜଧାନୀ ଦିଲ୍ଲୀରୁ ମଧ୍ୟ ଉଡ଼ାଣ ଆରମ୍ଭ କରାଯିବ। ଏନେଇ ବିମାନ କମ୍ପାନୀ ଆହୁରି ମଧ୍ୟ କହିଛି ଯେ ଏହା ଖୁବ୍ ଶୀଘ୍ର ଦିଲ୍ଲୀ ଏବଂ ଗୁଆଙ୍ଗଝୁ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରାଯିବ। ଇଣ୍ଡିଗୋ ଏହି ରୁଟ୍‌ରେ ଏୟାରବସ୍ A320neo ବିମାନ ଉଡାଇବ। ଯାହା ସୀମାପାର ବାଣିଜ୍ୟ ଏବଂ ରଣନୈତିକ ବ୍ୟବସାୟିକ ସହଭାଗୀତାକୁ ପୁନଃସ୍ଥାପନ କରିବ ଏବଂ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ।