News7 Logo

ଅଷ୍ଟ୍ରେଲିଆ ସହ ଦିନିକିଆ ସିରିଜ ପାଇଁ ଭାରତୀୟ ଏ ଟିମ ଘୋଷଣା: ଖେଳିବେନି ରୋହିତ, ବିରାଟ, କ୍ୟାପ୍ଟେନ କିଏ ?

NEWS7
india a squad ‌declared for australia one-day series

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଏ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା କଲା ଭାରତ। ବିସିସିଆଇର ବରିଷ୍ଠ ଚୟନ କମିଟି ଭାରତ ଏ ଦଳ ଘୋଷଣା କରିଛି। ଏହି ସିରିଜ୍ ୩୦ ସେପ୍ଟେମ୍ବରରୁ ୫ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ କାନପୁରର ଐତିହାସିକ ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜରେ ଟିମ୍‌ର ବରିଷ୍ଠ ଖେଳାଳିଙ୍କୁ ବାଦ ଦିଆଯାଇଥିବାରୁ ଭାରତୀୟ କ୍ରିକେଟର ଉଦୀୟମାନ ଖେଳାଳିମାନଙ୍କ ପାଇଁ ଏହା ଏକ ବଡ଼ ପ୍ଲାଟଫର୍ମ ହେବ

ସବୁଟାରୁ ବଡ଼ କଥା ହେଲା ଆଇପିଏଲ୍ ମ୍ୟାଚ୍‌ ପରେ ଦିନିକିଆରେ ସିରିଜ୍‌ରେ ଖେଳି ନଥିବା ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଦଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ବିସିସିଆଇର ଟିମ୍‌ ଘୋଷଣା ସହିତ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଢ଼ିଛି।

ଦିନିକିଆ ସିରିଜର ଉଦଘାଟନୀ ମ୍ୟାଚ ପାଇଁ ରଜତ ପଟିଦାରଙ୍କୁ ଅଧିନାୟକ ଘୋଷଣା କରାଯାଇଥିବା ବେଳେ ତିଲକ ବର୍ମା ସିରିଜର ଶେଷ ୨ ମ୍ୟାଚରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। କାରଣ ତିଲକ ବର୍ମା ସିରିଜର ପ୍ରଥମ ମ୍ୟାଚରେ ଖେଳିପାରିବେ ନାହିଁ। ଏଥିପାଇଁ ରଜତ ପଟିଦାର ଏହି ଦାୟିତ୍ୱ ଦିଆଯାଇଚି। ଅଭିଷେକ ଶର୍ମା, ପ୍ରଭସିମରନ ସିଂହ ଏବଂ ରିୟାନ ପରାଗଙ୍କ ପରି ଷ୍ଟାର ଖେଳାଳିମାନେ ମଧ୍ୟ ଏହି ସିରିଜରେ ଅଂଶଗ୍ରହଣ କରିବେ।

ଏଥର ଦଳରେ ଏପରି କିଛି ଖେଳାଳିଙ୍କୁ ମଧ୍ୟ ସାମିଲ କରାଯାଇଛି ଯେଉଁମାନେ ପ୍ରଥମ ଥର ପାଇଁ ଭାରତ ପାଇଁ ଖେଳିବେ। ଏଥିରେ ପ୍ରିୟାଂଶ ଆର୍ଯ୍ୟା, ବିପ୍ରଜ ନିଗମ, ନିଶାନ୍ତ ସିନ୍ଧୁ, ଗୁର୍ଜପନିତ  ସିଂହ, ଅଭିଷେକ ପୋରେଲ, ସିମରଜିତ ସିଂହ, ସୂର୍ଯ୍ୟାଂଶ ସେଡଗେ ଏବଂ ଯୁଦ୍ଧବୀର ସିଂହଙ୍କ ନାମ ଅନ୍ତର୍ଭୁକ୍ତ। ସେହିପରି ହର୍ଷିତ ରାଣା ଏବଂ ଅର୍ଶଦୀପ ସିଂହଙ୍କ ପରି ଦ୍ରୁତ ବୋଲରମାନେ ମଧ୍ୟ ଏହି ସିରିଜରେ ଅଂଶଗ୍ରହଣ କରିବେ।

ପ୍ରଥମ ଦିନିକିଆ ମ୍ୟାଚ୍ ପାଇଁ ଭାରତ ଏ ଦଳ: ରଜତ ପଟିଦାର (କ୍ୟାପଟେନ୍), ପ୍ରଭସିମ୍ରନ୍ ସିଂ (ୱିକେଟ କିପର), ରିୟାନ୍ ପରାଗ, ଆୟୁଷ ବାଦୋନି, ସୁର୍ଯ୍ୟାଂଶ ଶେଗଡ଼େ, ବିପରାଜ ନିଗମ, ନିଶାନ୍ତ ସିନ୍ଧୁ, ଗୁର୍ଜପନିତ ସିଂ, ଯୁଧବୀର ସିଂ, ରବି ବିଷ୍ଣୋଇ, ଅଭିଷେକ ପୋରେଲ (ୱିକେଟ କିପର), ପ୍ରିୟାଂଶ ଆର୍ଯ୍ୟା ଓ ସିମରଜୀତ ସିଂହ।

ଦ୍ୱିତୀୟ ଏବଂ ତୃତୀୟ ଦିନିକିଆ ପାଇଁ ଭାରତ ଏ ଦଳ: ତିଲକ ବର୍ମା (କ୍ୟାପଟେନ), ରଜତ ପଟିଦାର (ଭିସି), ଅଭିଷେକ ଶର୍ମା, ପ୍ରଭସିମ୍ରନ୍ ସିଂ (କିପର), ରିୟାନ୍ ପରାଗ, ଆୟୁଷ ବାଦୋନି, ସୂର୍ଯ୍ୟାଂଶ ଶେଗଡ଼େ, ବିପରାଜ ନିଗମ, ନିଶାନ୍ତ ସିନ୍ଧୁ, ଗୁର୍ଜପନିତ ସିଂ, ଯୁଧବୀର ସିଂହ, ରବି ବିଷ୍ଣୋଇ, ଅଭିଶେକ ପୋରେଲ(କିପର), ହର୍ଷିତ ରାଣା, ଅର୍ଶଦୀପ ସିଂହ