ରାୟପୁର,|୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଟି୨୦ସିରିଜର ଦ୍ୱିତୀୟ ମୁକାବିଲା ଖେଳାଯିବ । ନାଗପୁରରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଭାରତ । ଅଭିଷେକ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟ ଏବଂ ରିଙ୍କୁ ସିଂଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ବିଶାଳ ସ୍କୋର କରିଥିଲା । ଯାହାକୁ ନ୍ୟୁଜିଲାଣ୍ଡ୍ ଚେଜ୍ କରି ପାରିନଥିଲା । ତେବେ ମୁକାବିଲା ଜିତିବା ପରେ ଟିମ୍ ଇଣ୍ଡିଆର ଆତ୍ମବିଶ୍ୱାସ ଭରପୁର ରହିଛି ।

ଅନ୍ୟଦିଗରେଦ୍ୱିତୀୟ ମ୍ୟାଚକୁ ଜିତିବା ପାଇଁ ଭ୍ରମଣକାରୀ ଟିମ୍ ଉଦ୍ୟମ କରିବ । ଯାହା ଦ୍ୱାରା ଦଳ ସିରିଜକୁ ବରାବର ସ୍ଥିତିକୁ ଆଣିପାରିବ । ହେଲେ ଭାରତୀୟ ଟିମ୍ ପାଇଁ ଆହତଜନିତ ସମସ୍ୟା ଚିନ୍ତାର କାରଣ ପାଲଟିଛି । ପ୍ରଥମ ମୁକାବିଲାରେ ଅକ୍ଷର ପଟେଲ ଆହତ ହୋଇଥିଲେ । ସେ ବୋଲିଂ କରୁଥିବା ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ତେଣୁ ରାୟପୁରରେ ଖେଳାଯିବାକୁ ଥିବା ଆଜିର ମ୍ୟାଚରେ ତାଙ୍କୁ ବିଶ୍ରାମ ମିଳିପାରେ । ତାଙ୍କ ଜାଗାରେ କୂଳଦୀପ ଯାଦବ କିମ୍ବା ରବି ବିଷ୍ଣୋଇଙ୍କୁ ସୁଯୋଗ ମିଳିପାରେ ।

ସେହିପରି ନ୍ୟୁଜିଲାଣ୍ଡ ଦଳରେ କୌଣସି ପରବିର୍ତ୍ତନ ହେବାର ସମ୍ଭାବନା କମ୍ ରହିଛି । ଦଳର ସମସ୍ତ ବ୍ୟାଟର ଏବଂ ବୋଲର ଭଲ ପ୍ରଦର୍ଶନ କରିଥିଲେ । ମ୍ୟାଚ୍ ହାରିଥିଲେ ବି ଦଳ୧୯୦ରନ୍ କରିଥିଲା । ବୋଲରମାନେ ମଧ୍ୟ ଓ୍ୱିକେଟ୍ ନେବାରେ ସଫଳ ହେଉଥିଲେ । ତେବେ କେବଳ କ୍ରିଷ୍ଟିଆନ୍ କ୍ଲାର୍କଙ୍କ ଜାଗାରେ ମ୍ୟାଟ୍ ହେନରୀ ଦଳରେ ସାମିଲ ହୋଇପାରନ୍ତି ।

ଭାରତୀୟ ଦଳର ସମ୍ଭାବ୍ୟ ଏକାଦଶ

ଆଭିଷେକ ଶର୍ମା, ସଞ୍ଜୁସାମସନ, ଇଶାନ କିଷାନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, କୁଲଦୀପ ଯାଦବ, ଜସପ୍ରିତ ବୁମରା, ଅର୍ଶଦୀପ ସିଂ. ବରୁଣ ଚକ୍ରବର୍ତ୍ତୀ