LIVE TV

ମୁଁ ଜାଣିଛି ପାକିସ୍ତାନ ଆଫଗାନିସ୍ତାନ ଉପରେ ଆଟାକ କରିଛି: ସହଜରେ ଯୁଦ୍ଧ ବନ୍ଦ ହେବ: ଡୋନାଲ୍ଡ ଟ୍ରମ୍ପ

NEWS7
 i understand Pak attacked trump says

ୱାଶିଂଟନ: ଯୁଦ୍ଧ ବନ୍ଦ କରିବାକୁ ସାରା ବିଶ୍ୱର ମଧ୍ୟସ୍ଥତା କରିବାକୁ ଆତ୍ମପ୍ରଚାର କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୂଆ ଆରମ୍ଭ ହୋଇଥିବା ପାକିସ୍ତାନ-ଆଫଗାନିସ୍ତାନ ସେନା ସଂଘର୍ଷ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ଖୁବ୍ ଆରାମରେ ଏହାକୁ ବନ୍ଦ କରିପାରିବେ ବୋଲି କହିଛନ୍ତି। ତେବେ ପାକିସ୍ତାନ ଆଗ ଆକ୍ରମଣ କରିଛି ବୋଲି ଟ୍ରମ୍ପ ଜାଣିଥିବା କଥା କହିଛନ୍ତି। ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍‌ରେ ସାମ୍ବାଦିକ ସମ୍ମିଳନୀ କରି ଟ୍ରମ୍ପ ଏପରି କହିଛନ୍ତି।
ହ୍ୱାଇଟ୍ ହାଉସରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଏକ ମଧ୍ୟାହ୍ନ ଭୋଜନ ପାଇଁ ଯିବା ସମୟରେ ଟ୍ରମ୍ପ ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ କଥା ଉଠାଇଥିଲେ। ଏନେଇ ସେ କହିଥିଲେ “ଯଦିଓ ମୁଁ ବୁଝିପାରୁଛି ଯେ ପାକିସ୍ତାନ ଆକ୍ରମଣ କରିଛି, କିମ୍ବା ଆଫଗାନିସ୍ତାନ ସହିତ ଏକ ସଂଘର୍ଷ ଚାଲିଛି। ଯଦି ମୋତେ ଏହାର ସମାଧାନ କରିବାକୁ ପଡ଼େ, ତେବେ ଏହା ସମାଧାନ କରିବା ମୋ ପାଇଁ ସହଜ ହେବ। ତେବେ ମୋତ ଆମେରିକା ଚଳାଇବାକୁ ମଧ୍ୟ ପଡିବ। ତେବେ ମୁଁ ଯୁଦ୍ଧ ସମାଧାନ କରିବାକୁ ଭଲପାଏ। ତୁମେ ଜାଣିଛ କାହିଁକି? ମୁଁ ଲୋକଙ୍କୁ ହତ୍ୟା ହେବାରୁ ରୋକିବାକୁ ପସନ୍ଦ କରେ, ଏବଂ ମୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛି।”
ବର୍ତ୍ତମାନ ଆଫଗାନିସ୍ତାନ ଓ ପାକିସ୍ତାନ ସେନା ମଧ୍ୟରେ ସୀମାରେ ସଂଘର୍ଷ ଜାରି ରହିଛି। ଇସଲାମାବାଦ ଡୁରାଣ୍ଡ ରେଖା ପାର୍ଶ୍ୱରେ ଅବସ୍ଥିତ ପାକ୍ତିକା ପ୍ରଦେଶର ଅନେକ ଜିଲ୍ଲାରେ ଏୟାର ଷ୍ଟ୍ରାଇକ୍ କରିଛି ବୋଲି ତାଲିବାନ ଦାବି କରିଛି। ଏହି ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଭଙ୍ଗ ହୋଇଯାଇଛି ବୋଲି ଜଣେ ବରିଷ୍ଠ ତାଲିବାନ ନେତା ସୂଚନା ଦେଇଥିବା ଅନ୍ତର୍ଜାତୀୟ ସମାଚାର ଏଜେନ୍ସି ଏଏଫ୍‌ପି ରିପୋର୍ଟ କରିଛି।
ସେପଟେ ରିପୋର୍ଟ ଅନୁଯାୟୀ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବାକୁ କତାର ଦୋହାର ମଧ୍ୟସ୍ଥତା ନେଇ ଆଲୋଚନ ହୋଇପାରେ। ଏନେଇ ପାକିସ୍ତାନ ଟିମ୍ ସେଠାରେ ପହଞ୍ଚି ସାରିଥିବା ବେଳେ ଆଫଗାନିସ୍ତାନ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରି ନାହିଁ।