ଚୌଦ୍ବାର: ସ୍ତ୍ରୀକୁ ଭିଡିଓ କଲ୍ କରି ନଦୀକୁ ଡେଇଁପଡ଼ିଲା ସ୍ୱାମୀ। ଏଭଳି ଘଟଣା ଘଟିଛି କଟକ ଚୌଦ୍ଵାର ଅଞ୍ଚଳରେ। ନଦୀକୁ ଡେଇଁଥିବା ଯୁବକ ଜଣଙ୍କ ହେଲେ କଟକ କନ୍ଦରପୁର ଓଡ଼ପଡ଼ା ଗ୍ରାମର ସମରଜିତ ବାରିକ୍ (୩୨)। ଘଟଣାସ୍ଥଳରେ ଜଗତପୁର ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ନିଖୋଜ ଯୁବକଙ୍କୁ ଖୋଜୁଛନ୍ତି। କେବଳ ସ୍ତ୍ରୀଙ୍କୁ ନୁହେଁ, ବାପା ଓ ଶାଳକଙ୍କୁ ମଧ୍ୟ ଫୋନ୍ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୨୦୨୫ ଏପ୍ରିଲ ୭ ତାରିଖରେ ସମରଜିତ୍ ଚୌଦ୍ଵାର ପାଇକରାପୁର ଗ୍ରାମର ସୋନାଲି ବାରିକଙ୍କ ସହ ବିବାହ ହୋଇଥିଲା। ତାଙ୍କର ଦେଢ଼ ମାସର ପୁତ୍ର ସନ୍ତାନ ମଧ୍ୟ ଅଛି। ସମରଜିତ୍ ସେ ଜଗତପୁରଠାରେ ରଙ୍ଗ କାମ କରୁଥିବା ବେଳେ ୪ ମାସ ହେବ ଶ୍ବଶୁର ଘରେ ରହୁଥିଲେ। ତେବେ ପରିବାରରେ ସେମିତି କିଛି ସମସ୍ୟା ନଥିବା ସମରଜିତର ବାପା କହିଛନ୍ତି। ପୁଅ ବୋହୂ ଦୁହେଁ ଭଲ। ଆଜିବି ପୁଅ ସହ କଥା ହୋଇଛି । ହେଲେ ଏମିତି କାହିଁକି କଲା ତାହା ଜଣା ନାହିଁ । ଅନ୍ୟ ପଟେ ସମରଜିତ ଶଳା କହିଛନ୍ତି ସେ ନିଶା ଖାଇ ଆଗରୁ ଏମିତି ଆତ୍ମହତ୍ୟା କରିବା ପାଇଁ ଡରାଇ ଥାଏ । କିନ୍ତୁ ସତରେ ଏଭଳି କରିଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଖୋଜା ଖୋଜି ଜାରି ରହିଛି।

Also Read: ନଦୀରେ ବୁଡ଼ିଗଲା ଡଙ୍ଗା, ଶ୍ବଶୁର ଓ ବୋହୂଙ୍କ ମିଳୁନି ପତ୍ତା