News7 Logo

ବନବିଭାଗକୁ ପୁଣି ସଫଳତା, ଶିକାରୀକୁ ଧରାଇଦେଲା AI କ୍ୟାମେରା

NEWS7
hunter

କରଞ୍ଜିଆ ୧୬।୦୯ : ଏବେବି ଶିମିଳିପାଳରେ ଶିକାରୀ ସକ୍ରିୟ । ପୁଣି ଥରେ ଶିକାରୀକୁ ଧରାଇଦେଲା AI କ୍ୟାମେରା । ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ଠାକୁରମୁଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳରୁ ଗିରଫ ହୋଇଛି ଶିକାରୀ ।

ଖବର ଅନୁଯାୟୀ, ଠାକୁରମୁଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳରେ ଜଣେ ଶିକାରୀ ବୁଲୁଥିବାର ଫଟୋ ଉତ୍ତୋଳନ କରିଥିଲା AI କ୍ୟାମେରା। ଏହାପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବନବିଭାଗ ପହଞ୍ଚି ଶିକାରୀକୁ ଗିରଫ କରିଛି । ଗିରଫ ଶିକାରୀ ନିକଟରୁ ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଛି । ଯେଉଁଥିରେ ୪ଟି ହରିଣ ଶିଙ୍ଗ, ଗୋଟିଏ ଗେଣ୍ଡାଳିଆ ପକ୍ଷୀ ଥଣ୍ଟ, ୩ଟି ଧନୁ, ୮ଟି ତୀର ସହ ୧୩୭ଟି ପକ୍ଷୀଧରା ଫାଶକୁ ରହିଛି । ତେବେ ଗିରଫ ଶିକାରୀ ଜଣକ ମହୁଲଡିହା ଥାନା କେଶଡିହା ଗାଁର କୁଞ୍ଜ ସୋଏ । ବନବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।