ନୂଆଦିଲ୍ଲୀ ୦୯।୦୯: ସମସ୍ତେ ହେୟାର ବ୍ରଶ୍‌ ବା ପାନିଆ ବ୍ୟବହାର କରିଥାନ୍ତି । କିନ୍ତୁ ଅନେକ ଲୋକ ଗୋଟିଏ ପାନିଆକୁ ସଫା ନକରି ଦୀର୍ଘ ସମୟ ଧରି ବ୍ୟବହାର କରିଥାଆନ୍ତି । କିନ୍ତୁ ଜାଣନ୍ତି କି ମଇଳା ବ୍ରଶ୍‌ ବ୍ୟବହାର କରିବା ଦ୍ବାରା କେଶର ଅନେକ କ୍ଷତି ହୋଇପାରେ । ମଇଳା ପାନିଆକୁ ତୁରନ୍ତ ସଫା କରିବା ଉଚିତ ।

ପାନିଆ ଏପରି ଏକ ଜିନିଷ ଯାହା ନିୟମିତ ଭାବରେ କେଶରେ ବ୍ୟବହାର କରାଯାଏ । ତେଣୁ ଏହାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ବହୁତ ଧ୍ୟାନ ଦେବା ଉଚିତ । ମଇଳା ପାନିଆ ବ୍ୟବହାର କରିବା ଦ୍ୱାରା କେଶର ଅନେକ କ୍ଷତି ହୋଇପାରେ । ମଇଳା ପାନିଆ ବ୍ୟବହାର କରିବା ଦ୍ୱାରା ମୁଣ୍ଡରେ ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଏ । ଯେଉଁଥିପାଇଁ ଆପଣଙ୍କୁ କେଶ ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇପାରେ । ଯାହା ମଧ୍ୟରୁ ସବୁଠାରୁ ସାଧାରଣ ହେଉଛି ଡାଣ୍ଡ୍ରାଫ୍ ବା ରୁପି ।

ଯଦି ପାନିଆ ସଫା ନ ଥାଏ, ତେବେ କେଶ ବହୁତ ଶୀଘ୍ର ତେଲିଆ ହୋଇଯାଏ । ଯାହା ଫଳରେ ସେଥିରେ ଶୀଘ୍ର ମଇଳା ଜମା ହୁଏ, ଯାହା କେଶ ପାଇଁ କ୍ଷତିକାରକ । ଯେତେବେଳେ ମଇଳା ପାନିଆ ବ୍ୟବହାର କରିଥାନ୍ତି ସେତେବେଳେ ମୁଣ୍ଡରେ ବ୍ୟାକ୍ଟେରିଆ ଜମା ହୋଇଥାଏ । ଯେଉଁ କାରଣରୁ କେଶରୁ ଦୁର୍ଗନ୍ଧ ଆସିଥାଏ ଏବଂ କେଶ ଝଡିଥାଏ ।

ଅନ୍ୟମାନଙ୍କ ସହିତ ଆପଣଙ୍କ ପାନିଆ ସେୟାର କରନ୍ତୁନି ।  ପାନିଆରେ ଫସି ରହିଥିବା କେଶକୁ ତୁରନ୍ତ ବାହାର କରନ୍ତୁ ।  ସପ୍ତାହରେ ଥରେ ସାବୁନ ଏବଂ ଉଷୁମ ପାଣିରେ ପାନିଆ ସଫା କରନ୍ତୁ ଏବଂ ତୁରନ୍ତ ଶୁଖାନ୍ତୁ । ଏହାପରେ ହିଁ ପାନିଆକୁ ବ୍ୟବହାର କରନ୍ତୁ।