ଲାଲ ସାଗରରେ ହୁତୀ ବିଦ୍ରୋହୀଙ୍କ ମିଶାଇଲ ମାଡ଼, ଟାର୍ଗେଟରେ ସାଉଦି ଆରବର ମାଲବାହୀ ଜାହାଜ

Published By : Prameya-News7 Bureau | April 29, 2024 IST

ନୂଆଦିଲ୍ଲୀ: ଲାଲ ସାଗରରେ ପୁଣି ହୁତୀ ବିଦ୍ରୋହୀଙ୍କ ଆତଙ୍କ। ସୋମବାର ୟେମେନର ହୁତୀ ବିଦ୍ରୋହୀ ଲାଲ ସାଗରରେ ଏକ ମାଲବାହୀ ଜାହାଜକୁ ଟାର୍ଗେଟ କରି ମିସାଇଲ ମାଡ଼ କରିଛି। ଆଉ କିଛି ଦିନର ବ୍ୟବଧାନ ପରେ ଏହି ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ମାର୍ଗ‌ରେ ଅନ୍ତର୍ଜାତୀୟ ଜାହାଜ ଉପରେ ଆକ୍ରମଣକୁ ନେଇ ଚର୍ଚ୍ଚା ଧରିଛି। ସୂଚନାଥାଉକି ହୁତୀ ବିଦ୍ରୋହୀ ଏହି ସାମୁଦ୍ରିକ ମାର୍ଗରେ ଜାହାଜଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି। 

ତେବେ ବ୍ରିଟେନ ସେନାର ‘ୟୁନାଇଟେଡ କିଙ୍ଗଡମ ମାରିଟାଇମ ଟ୍ରେଡ ଅପରେସନ୍ସ ସେଣ୍ଟର’ କହିଛି ଯେ, ଏହି ଆକ୍ରମଣ ୟେମେନରେ ମୋଖାର ଉପକୂଳ ଅଞ୍ଚଳରେ ହୋଇଛି। ଏହା ସହ ସେଣ୍ଟର, ଏହି ଅଞ୍ଚଳ ଦେଇ ଯାଉଥିବା ଯୁଦ୍ଧ ଜାହାଜକୁ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ କହିଛି।

ସେହିଭଳି ଘରୋଇ ସୁରକ୍ଷା କମ୍ପାନି ‘ଅମ୍ର୍ବେ’ କହିଛି ମାଲ୍ଟା ପତାକା ଲାଗିଥିବା କଣ୍ଟେନର ଜାହାଜ ଉପରେ ତିନି ମିସାଇଲ ମାଡ଼ ହୋଇଛି। ଏହି କଣ୍ଟେନର ଜିବୁତୀ ସାଉଦୀ ଆରବର ଜେଦ୍ଦା ଆଡ଼କୁ ଯାଉଥିଲା। ‘ଅମ୍ର୍ବେ’ କହିଛି ଜାହାଜ ଏଥିପାଇଁ ଟାର୍ଗେଟ କରାଯାଇଛି କାରଣ ଏହାର ଇସ୍ରାଏଲ ସହ ବାଣିଜ୍ୟିକ ସମ୍ପର୍କ ରହିଛି। ଅବଶ୍ୟ ଜାହାଜର ସଞ୍ଚାଳକ କହିଛନ୍ତି ଜାହାଜ ଜିବୁତୀରେ ହିଁ ଅଛି ଏବଂ ଏହି ଟାର୍ଗେଟ କରାଯାଇଥାଇନପାରେ। ତେବେ ହୁତୀ ମଧ୍ୟ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.