ଗୋଟିଏ ମଞ୍ଚରେ ଦେଖାଯିବେ ଆମେରିକାର ୨ ତୁଙ୍ଗ ନେତା; ବିତର୍କ ପାଇଁ ରାଜି ବାଇଡେନ ଓ ଟ୍ରମ୍ପ

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ: ଆମେରିକାର ଗୋଟିଏ ମଞ୍ଚରେ ଏକାଠି ହେବେ ତୀବ୍ର ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟ୍ରମ୍ପ । ଜୁନ୍ ଓ ସେପ୍ଟେମ୍ବର ମଧ୍ୟରେ ବିତର୍କ ପାଇଁ ମୁହାଁମୁହିଁ ହେବେ । ଦୁଇ ନେତା ହ୍ବାଇଟ୍ ହାଉସ୍‌ରେ ନିଜର ଦ୍ବିତୀୟ କାର୍ଯ୍ୟକାଳ ପାଇଁ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ୍ ହେବେ । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡ୍ରେନାଲ୍ଡ ଟ୍ରମ୍ପ ଏବଂ ଜୋ ବାଇଡେନ ବିତର୍କରେ ସାମିଲ୍ ହେବାକୁ ସ୍ବୀକାର କରିଛନ୍ତି । ପୂର୍ବରୁ ଜୁନ ୨୭ ତାରିଖରେ ନ୍ୟୁଜ୍ ଚ୍ୟାଲେନ୍ ସିଏନଏନ ଏବଂ ଦ୍ବିତୀୟ ବିତର୍କ ସେପ୍ଟମ୍ବର ୧୦ ତାରିଖରେ   ଏବିସି ନ୍ୟୁଜ୍ ଆୟୋଜନ କରିଥିଲା । 

ରାଷ୍ଟ୍ରପତି ଜୋ ବାଇଡେନ ପୃଷ୍ଟି କରିଛନ୍ତି କି ସେ ବିତର୍କ ପାଇଁ ସିଏନଏନର ନିମନ୍ତ୍ରଣକୁ ସ୍ବୀକାର କରିଛନ୍ତି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଜୁନ ୨୭ରେ ବିତର୍କ ପାଇଁ ସିଏନଏନ ତରଫରୁ ନିମନ୍ତ୍ରଣ ମିଳିଛି । ଏହାକୁ ସେ ସ୍ବୀକାର କରିଛନ୍ତି ବୋଲି ନିଜ ପୋଷ୍ଟରେ ଲେଖିଛନ୍ତି । 

ଅନ୍ୟଏକ ପୋଷ୍ଟରେ ରାଷ୍ଟ୍ରପତି ବାଇଡେନ କହିଛନ୍ତି, ସେ ବିତର୍କ ପାଇଁ ଏବିସି ନ୍ୟୁଜର ନିମନ୍ତ୍ରଣକୁ ସ୍ବୀକାର କରିଛନ୍ତି । ଏହି ବିତର୍କ ସେପ୍ଟେମ୍ବର ୧୦ ତାରିଖରେ ଆୟୋଜିତ ହେବ । ସେପଟେ ଟ୍ରମ୍ପ କହିଛନ୍ତି, ହ୍ବାଇଟ୍ ହାଉସକୁ ଯିବା ପାଇଁ ପରିବହନ ବ୍ୟବସ୍ଥା ସେ ନିଜେ କରିବେ । ନିଜ ବିମାନ ନିଜେ ଆଣିବେ । ଏହାକୁ ଆସନ୍ତା ୪ବର୍ଷ ପାଇଁ ରଖିବାକୁ ଯୋଜନା କରିଛି ବୋଲି ଡ୍ରମ୍ପ କହିଛନ୍ତି । ୨୦୨୦ରେ ରାଷ୍ଟ୍ରପତି ପଦରୁ ହଟିବା ପରେ ପୁଣି ଥରେ  ହ୍ବାଇଟ୍ ହାଉସରେ ନିଜର ଦ୍ବିତୀୟ କାର୍ଯ୍ୟାକାଳ ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ । କିନ୍ତୁ ଏହା ପୂର୍ବରୁ ବିତର୍କ ପାଇଁ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ରାଜି ହୋଇଛନ୍ତି । ଏହା ସହିତ ଜୋ ବାଇଡେନଙ୍କୁ ଆମେରିକା ଇତିହାସର   ସବୁଠୁ ଖରାପ ରାଷ୍ଟ୍ରପତି ବୋଲି ସମାଲୋଚନା କରିଛନ୍ତି ।          

  • America
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.