ରୁଷ-ଚୀନ ସମ୍ପର୍କ ଅଧିକ ମଜଭୁତ ହେବ, ଜିନ୍‌ପିଙ୍ଗ ଏବଂ ପୁଟିନ କଲେ ବୁଝାମଣା ଉପରେ ହସ୍ତାକ୍ଷର

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚୀନ ଏବଂ ରୁଷ ମଧ୍ୟରେ ସମ୍ପର୍କକୁ ଅଧିକ ମଜଭୁତ କରିବା ପାଇଁ ଏକ ମିଳିତ ବୟାନ ଉପରେ ହସ୍ତାକ୍ଷର କରିଛନ୍ତି । ଏହାସହ ଦୁଇ ଦେଶ ମଧ୍ୟରେ କୂଟନୀତିକ ସମ୍ପର୍କ ସ୍ଥାପନା ଉପରେ କହିଛନ୍ତି ।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଚୀନ ଗସ୍ତରେ ଅଛନ୍ତି । ଏଠାରେ ପୁଟିନଙ୍କ ପାଇଁ ଚୀନ ରାଷ୍ଟ୍ରପତି ରେଡ୍ କାରପେଟ୍ ପକାଇ ସ୍ୱାଗତ କରିଥିଲେ । ଏଥିରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ମଜଭୁତ ହେଉଥିବା ଦେଖିବାକୁ ମିଳୁଛି । ଗ୍ରେଟ୍ ହଲ୍ ଅଫ୍ ଦ ପିପଲ୍ ବାହାରେ ସୈନ୍ୟ ବ୍ୟାଣ୍ଡ ସେରେନେଡ୍ ଏବଂ ଅନେକ ବନ୍ଧୁକ ସଲାମୀ ମଧ୍ୟ ଦିଆଯାଇଥିଲା । ଅନ୍ୟପଟେ ଚୀନ ବିଦେଶ ମନ୍ତ୍ରଣାଳୟ ଅନୁସାରେ ସି ଜିନପିଙ୍ଗ କହିଛନ୍ତି ଯେ ଚୀନ-ରୁଷ ସମ୍ପର୍କ ବଦଳୁଥିବା ଅନ୍ତରାଷ୍ଟ୍ରୀୟ ମାହୋଲର ଅଗ୍ନି ପରୀକ୍ଷା ପାସ୍ କରିଛି । ଚୀନ-ରୁଷ ପରସ୍ପରର ଭଲ ପଡ଼ୋଶୀ, ଭଲ ବନ୍ଧୁ ଏବଂ ଭରସାଯୋଗ୍ୟ ରହିବା ପାଇଁ ଚାହୁଁଛନ୍ତି ।

ସି ଜିନପିଙ୍ଗ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ମିତ୍ରତା ମଜଭୁତ କରିବା ଏବଂ ମିଳିତ ରୂପେ ସମ୍ୱନ୍ଧିତ ରାଷ୍ଟ୍ରୀୟ ବିକାଶ, ନିରପେକ୍ଷ ଏବଂ ନ୍ୟାୟକୁ ବଜାୟ ରଖିବା ପାଇଁ ଏକାସଙ୍ଗରେ ଆସିବା ଦରକାର । ପୁଟିନଙ୍କ ବେଜିଂ ଯାତ୍ରା ତାଙ୍କ ନୂଆ କାର୍ଯ୍ୟକାଳର ପ୍ରଥମ ବିଦେଶ ଯାତ୍ରା ଅଟେ । ଉଲ୍ଲେଖଯୋଗ୍ୟ ଯେ ପୁଟିନ ଏବଂ ସି ଜିନପିଙ୍ଗ ମଧ୍ୟରେ ଚତୁର୍ଥ ଥର ବୈଠକ ହୋଇଛି । ଏହି ବୈଠକ ୟୁକ୍ରେନରେ ସଂଘର୍ଷକୁ ନେଇ ଅନ୍ତରାଷ୍ଟ୍ରୀୟ ଚିନ୍ତା ଏବଂ ସଂକଟର ସମାଧାନର କୂଟନୀତିକ ପ୍ରାୟସର ଆବଶ୍ୟକତା ଉପରେ ଚର୍ଚ୍ଚା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.