ଆଷ୍ଟ୍ରାଜେନେକା ଟିକା ସୃଷ୍ଟି କରୁଛି ସାଂଘାତିକ ରକ୍ତ ଜମାଟ, କରୋନା ଭ୍ୟାକ୍ସିନ୍ ସମ୍ବନ୍ଧୀୟ ନୂଆ ଷ୍ଟଡି ରିପୋର୍ଟରୁ ଖୁଲାସା

Published By : Prameya-News7 Bureau | May 16, 2024 IST

India Today

ନୂଆଦିଲ୍ଲୀ: କରୋନା ଟିକା ବିରଳ ରକ୍ତ ଜମାଟ ପରି ସମସ୍ୟା ତିଆରି କରୁଛି। ଏନେଇ କୋର୍ଟରେ ସ୍ୱୀକାର କରିଛି ବ୍ରିଟିଶ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରାଜେନେକା। ଆଷ୍ଟ୍ରାଜେନେକା ଟିକା ଦ୍ୱାରା ଭ୍ୟାକ୍ସିନ ପ୍ରେରିତ ଇମ୍ୟୁନୁ ଥ୍ରୋମ୍ବୋସାଇଟୋପେନିଆ ଏବଂ ଥ୍ରୋମ୍ବୋସିସ୍ (VITT) ହେବାର ଆଶଙ୍କା ବଢାଇ ଦେଇଥାଏ। ଯାହା ଏକ ବିରଳ କିନ୍ତୁ ରକ୍ତ ଜମାଟ ବାନ୍ଧିବା ଘାତକ ସାବ୍ୟସ୍ତ ହୋଇପାରେ ବୋଲି ଦାବି କରିଛନ୍ତି ଗବେଷକ। କରୋନା ଭ୍ୟାକ୍ସିନ୍ ସମ୍ବନ୍ଧୀୟ ନୂଆ ଷ୍ଟଡି ରିପୋର୍ଟରୁ ଏହି ଖୁଲାସା ହୋଇଛି।

ଯଦିଓ ଏହା ନୂଆ ନୁହେଁ, ଆଡେନୋଭାଇରସ୍ ଭେକ୍ଟର-ଆଧାରିତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ପରେ VITT ଏକ ନୂତନ ରୋଗ ଭାବରେ ଉଭା ହୋଇଛି।

୨୦୨୧ ମସିହାରେ, ଯେତେବେଳେ କରୋନା ମହାମାରୀ ଶିଖରରେ ଥିଲା, ଏହି ଟିକା ଭାରତରେ କୋଭିଶିଲ୍ଡ ଏବଂ ୟୁରୋପରେ ଭାକ୍ସାଭେରିଆ ଭାବରେ ବିକ୍ରି ହୋଇଥିଲା। ପେଟଲେଟ୍‌ ଫ୍ୟାକ୍ଟର୍ 4 (PF4) ନାମକ ଏକ ପ୍ରୋଟିନ୍ ବିରୁଦ୍ଧରେ ଅଟୋ ଆଣ୍ଟିବଡି VITTର କାରଣ ବୋଲି ଜଣାପଡିଛି। ଏହି ଅଟୋ ଆଣ୍ଟିବଡିଗୁଡିକ ବିପଜ୍ଜନକ ନୁହେଁ। 

୨୦୨୩ ମସିହାରେ ପୃଥକ ସ୍ଥାନରେ ହୋଇଥିବା ଷ୍ଟଡିରେ କାନାଡା, ଉତ୍ତର ଆମେରିକା, ଜର୍ମାନୀ, ଏବଂ ଇଟାଲୀର ବୈଜ୍ଞାନିକମାନେ ସମାନ PF4 ଆଣ୍ଟିବଡି ସହିତ ପ୍ରାୟ ସମାନ  ଲକ୍ଷଣ ବର୍ଣ୍ଣନା କରିଥିଲେ ଯାହା ସଂକ୍ରମଣ ପରେ କେତେକ କ୍ଷେତ୍ରରେ ସାଂଘାତିକ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.