ପୁରୀ ୦୭।୧୦ : ପୁରୀ ବଡ଼ଦାଣ୍ଡରେ ନିଶାଶକ୍ତ ଯୁବକଙ୍କ ହାଇଡ୍ରାମା। ଧର୍ମଦାଣ୍ଡରେ ମଦ ବୋତଲ ଧରି ହାଇଡ୍ରାମା କରିଛନ୍ତି କିଛି ନିଶାଶକ୍ତ ଯୁବକ। ହାତରେ ମଦ ବୋତଲ ଧରି ପୋଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

ଖବର ଅନୁଯାୟୀ, ଯୁବକମାନେ ମରିଚିକୋଟ ଛକ ଟ୍ରାଫିକ ପୋଷ୍ଟ ପାର୍ କରି ଚାରିଚକିଆ ଯାନ ନେବା ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ସେଠାରେ ଥିବା ପୋଲିସ ଅଧିକାରୀ ସେମାନଙ୍କୁ ଅଟକାଇଥିଲେ। ଏହାପରେ ନିଶାଶକ୍ତ ଯୁବକଙ୍କ ଦେଖିବାକୁ ମିଳିଥିଲା ହାଇଡ୍ରାମା। ନିଶାଶକ୍ତ ଅବସ୍ଥାରେ ଉକ୍ତ ଗାଡିରେ ତିନି ଜଣ ଥିବା ବେଳେ ନିୟମ ଭାଙ୍ଗି ମରିଚିକୋଟ ଛକ ଆଗକୁ ଗାଡି ନେବା ପାଇଁ ଉଦ୍ୟମ କରୁଥିଲେ। ତେଣୁ ପୋଲିସ ଅଧିକାରୀ ସେମାନଙ୍କୁ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ପୋଲିସ ଅଧିକାରୀ ମାନେ ଉକ୍ତ ଗାଡିରୁ ମଦ ବୋତଲ ଜବତ କରିଥିଲେ। ତେବେ ଏହି ମଦ ବୋତଲ ଆମର ନୁହେଁ ବୋଲି ନିଶାସକ୍ତ ଯୁବକ କହିଥିଲେ। ଏହାପରେ ଗାଡିରେ ଥିବା ସମସ୍ତ ଯୁବକ ମଦ ବୋତଲ ହାତରେ ଧରି ପୋଲିସ ଅଧିକାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଘଟଣାର ସମସ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ ନିଶାଶକ୍ତ ଯୁବକଙ୍କ ଏଭଳି କାରନାମା କୁ ନେଇ ଏବେ ସାଧାରଣରେ ଚର୍ଚ୍ଚା।