୨୧ ଦିନ ହେବ ଜଳୁଛି ଓଡିଶା, ୭ରୁ ବର୍ଷା ସମ୍ଭାବନା

Published By : Prameya-News7 Bureau | May 06, 2024 IST

ଭୁବନେଶ୍ୱର ୦୫।୦୫ : ୨୧ ଦିନ ହେବ ଜଳୁଛି ଓଡ଼ିଶା । ରବିବାର ୪୫ ଡିଗ୍ରୀ ଟପିଛି ଟିଟିଲାଗଡ଼ । ସାରା ପଶ୍ଚିମ ଓଡିଶା ଜଳୁଛି । ୬ସହର ୪୪ ଡିଗ୍ରୀ ଛୁଇଁଛି । ଆଭ୍ୟନ୍ତରୀଣ ଓଡିଶାରେ ଭୟାନକ ଝାଞ୍ଜି ମାଡ଼ । ଗୁଳୁଗୁଳିରେ କଲବଲ ଉପକୂଳବାସୀ । ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିଥିଲେ ବି ପ୍ରବଳ ଗୁଳୁଗୁଳି ଯୋଗୁ ତାତି ଅନୁଭୂତି ୪୫ରୁ ୪୮ ଡିଗ୍ରୀ ଭଳି ଥିଲା । ଗ୍ରୀଷ୍ମ ପ୍ରବାହରେ କଲବଲ ରାଜ୍ୟବାସୀ । 

ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ସୋମବାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝରରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ମଙ୍ଗଳବାର କେତେକ ସ୍ଥାନରେ ପବନ ୩୦-୪୦ କିଲୋମିଟର ବେଗରେ ହୋଇପାରେ ।  ୭ରୁ ବର୍ଷା ବଢ଼ିବ । ମଙ୍ଗଳବାର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳର ଅନେକ ସ୍ଥାନରେ ବର୍ଷା ହୋଇପାରେ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, ଗଜପତି, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ବଜ୍ରପାତ ସହ ଝଡ଼ ତୋଫାନ ଆଶଙ୍କା ଅଛି । ପବନ ବେଗ ୪୦-୫୦ କିମି ଛୁଇଁପାରେ । ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଅନୁଗୁଳ, ଜଗତସିଂହପୁର, କୋରାପୁଟ, ରାୟଗଡ଼ାରେ ବଜ୍ରପାତ ସହ ୩୦-୪୦ କିମି ପବନ ଓ ଧୂଳି ଝଡ଼ ଆଶଙ୍କା ଅଛି । ୮ ଓ ୯ରେ ବି ବର୍ଷାର ଅଧିକ ସମ୍ଭାବନା ଅଛି । ୧୦ ଓ ୧୧ରେ ବି ସ୍ୱଳ୍ପ ବର୍ଷା ହୋଇପାରେ ।

 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.