ଖଲିକୋଟ ନିର୍ବାଚନୀ ହତ୍ୟା ଘଟଣା, ଆଉ ଦୁଇ ଜଣ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | May 19, 2024 IST

ଖଲିକୋଟ: ନିର୍ବାଚନୀ ହତ୍ୟା ଘଟଣା । ଆଉ ଦୁଇ ଜଣ ଅଭଯୁକ୍ତ ଗିରଫ କଲା ଏସଆଇଟି । ପୂର୍ବରୁ ଏହି ଘଟଣାରେ ୯ ଜଣକୁ ଗିରଫ କରିାଯାଇଥିବାବେଳେ ଏବେ ସମୁଦାୟ ଗିରଫଙ୍କ ସହ ୧୧ରେ ପହଞ୍ଚିଛି। 

ତେବେ ଏନେଇ ପୋଲିସ୍ ଡିଜି ଅରୁଣ କୁମାର ଷଡଙ୍ଗୀ ସୂଚନା ଦେବା ସହ ମାମଲାରେ ଏସଆଇଟି ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତଙ୍କୁ ଧରାଯିବ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହେବ ଏବଂ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ପୋଲିସ୍ ଡିଜି ଅରୁଣ କୁମାର ଷଡଙ୍ଗୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.