ସମୀର ବିଜେଡି ଛାଡି ବିଜେପିରେ ଯୋଗଦେବା ପ୍ରସଙ୍ଗ, ରାଜା ସ୍ବାଇଁ କହିଲେ ଦଳର କୌଣସି କ୍ଷତି ହେବନି

Published By : Prameya-News7 Bureau | May 19, 2024 IST

ଆଠଗଡ: ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ବିଜେଡି ଛାଡି ବିଜେପିରେ ମିଶିବା ପରେ ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ସମୀର ଦାଶଙ୍କୁ ନିମାପଡାବାସୀ ପ୍ରତ୍ୟାଖ୍ୟାନ କରିଥିଲେ । ତାଙ୍କର କିଛି ଦୋଷ ଥିଲେ ବି ବହୁତ ଭଲ ଗୁଣ ଥିଲା । ତେବେ ସମୀର ଦଳ ଛାଡିବା ପରେ ବିଜୁ ଜନତା ଦଳର କୌଣସି କ୍ଷତି ହେବ ନାହିଁ ବୋଲି କହିଛନ୍ତି ରାଜା ସ୍ବାଇଁ ।

ରବିବାର ସକାଳେ ଶଙ୍ଖ ଛାଡି ପଦ୍ମ ଧରିଥିଲେ ସମୀର । ଭୁବନେଶ୍ବର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ,ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.