ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ, ମାଆ ମୃତ, ବାପା-ପୁଅ ଗୁରୁତର

Published By : Prameya-News7 Bureau | May 19, 2024 IST

ଖଲ୍ଲିକୋଟ୧୯/୫: ବିଷ ପିଇଦେଲେ ଗୋଟିଏ ପରିବାରର ୩ ଜଣ । ମାଆ ମୃତ, ବାପା-ପୁଅ ଗୁରୁତର । ଖଲ୍ଲିକୋଟ ଥାନା ଡିମିରିଆ ପଞ୍ଚାୟତ ଡିମିରିଆ ଗାଁରେ ଅଘଟଣ । କୌଣସି ଘଟଣାକୁ ନେଇ ଗାଁର ଶଶୀ ମୁଦୁଲି, ପତ୍ନୀ କୁନ୍ତଳା ମୁଦୁଲି ଓ ପୁଅ ଚିତ୍ରସେନ ମୁଦୁଲି ଏକା ସହ ବିଷ ପିଇଦେଇଥିଲେ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ହସ୍‌ପିଟାଲରେ କୁନ୍ତଳାଙ୍କର ମୃତ୍ୟୁ ହୋଇଯାଇଛି । 

ଶଶି ଓ ଚିତ୍ରସେନଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ତେବେ କେଉଁ କାରଣରୁ ଶଶି ମୁଦୁଲିଙ୍କ ପରିବାର ବିଷ ପିଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ ତାହା ଜଣାପଡିନି । ପାରିବାରିକ କାରଣକୁ ନେଇ ଏମିତି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.