News7 Logo

ପ୍ରେମିକା ବଦଳାଇଚାଲିଛନ୍ତି ଟିମ୍ ଇଣ୍ଡିଆର ଅଲରାଉଣ୍ଡର, ନତାଶା, ଜାସ୍ମିନଙ୍କ ପରେ ଏବେ ମଡେଲ୍

NEWS7
hardik pandya

ନୂଆଦିଲ୍ଲୀ ୧୬/୦୯: ଟିମ୍ ଇଣ୍ଡିଆର ଟି-୨୦ ଅଲ୍‌ରାଉଣ୍ଡର । ଭାରି ଷ୍ଟାଇଲିଷ୍ଟ, ସୌକୀନ । ଟିମ୍‌ରେ ଫରଫରମାନ୍ସ ଯେମିତି, ପଡିଆ ବାହାରେ ବି ସେମିତି । ସର୍ବଦା ଚର୍ଚ୍ଚିତ । କେତେବଳେ   ପର୍ସନାଲ ଲାଇଫ୍ ତ କେତେବେଳେ ପ୍ରେମ । ଦିନକୁ ଦିନ ଚର୍ଚ୍ଚା ବଢିଚାଲିଛି । ଏବେ କିନ୍ତୁ କ୍ରିକେଟ୍ ନୁହେଁ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବର ଶିରୋନାମାରେ ଅଛନ୍ତି । ଏଥର ସୋସିଆଲ ମିଡିଆରେ ଆଲୋଚନା ହେଉଛି ଯେ ତାଙ୍କ ନୂଆ ପ୍ରେମିକାକୁ ନେଇ ।

ପତ୍ନୀ ନତାଶା ଷ୍ଟାନକୋଭିକ୍‌ଙ୍କ ଠାରୁ ଅଲଗା ହେବାର କିଛି ସମୟ ପରେ ତାଙ୍କ ଜୀବନରେ ଏଣ୍ଟ୍ରି କରୁଛନ୍ତି ନୂଆ ନୂଆ ପ୍ରେମିକା । ନତାଶା, ଜାସ୍ମିନଙ୍କ ପରେ ଏବେ ମାହିକା ଶର୍ମା । ଯାହା ଶୁଣିବାକୁ ମିଳିଛି ମଡେଲ୍‌ଙ୍କ ପ୍ରେମରେ ପଡିଛନ୍ତି ହାର୍ଦ୍ଦିକ । ସେ ଆଉ କେହି ନୁହଁନ୍ତି  ମାହିକା ଶର୍ମା । ଏହି ସମ୍ପର୍କର ଚର୍ଚ୍ଚା ମାହିକାଙ୍କ ଏକ ସେଲ୍ଫିରୁ ଆରମ୍ଭ ହୋଇଥିଲା । ଯେଉଁଥିରେ ତାଙ୍କ ପଛରେ ଜଣେ ବ୍ୟକ୍ତିଙ୍କ ଏକ ଝାପ୍ସା ଛାଇ ଦେଖାଯାଇଥିଲା ।

Hardik Pandya rumoured to be dating Mahieka Sharma after alleged break-up  with singer Jasmine Walia: Report​​​​​​​

ଯିଏ ହାର୍ଦ୍ଦିକ ବୋଲି ଅନୁମାନ କରାଯାଉଛି। କେବଳ ଏତିକି ନୁହେଁ, ମାହିକାଙ୍କ ଏକ ପୋଷ୍ଟରେ ଜର୍ସି ନମ୍ବର ୩୩ ଉଲ୍ଲେଖ କରାଯାଇଥିଲା । ଯାହା ହାର୍ଦ୍ଦିକଙ୍କ ସହିତ ଜଡିତ । ଦୁଇଜଣ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରିବା ଏବଂ ମାହିକା ହାର୍ଦ୍ଦିକଙ୍କ ପୋଷ୍ଟକୁ ଲାଇକ୍ କରିବା ଏହି ଗୁଜବକୁ ଆହୁରି ଖୋରାକ ଯୋଗାଇଥିଲା । ତଥାପି, ଏପର୍ଯ୍ୟନ୍ତ ହାର୍ଦ୍ଦିକ କିମ୍ବା ମାହିକା ସେମାନଙ୍କ ସମ୍ପର୍କ ଉପରେ କୌଣସି ବୟାନ ଦେଇନାହାଁନ୍ତି । 

ମାହିକା ଶର୍ମା କିଏ?
ମାହିକା ଶର୍ମା ଜଣେ ଉଦୀୟମାନ ମଡେଲ ଓ ଅଭିନେତ୍ରୀ । ସେ ଅର୍ଥନୀତିରେ ଡିଗ୍ରୀ ହାସଲ କରିବା ପରେ ମଡେଲିଂ ଓ ଅଭିନୟକୁ ତାଙ୍କର କ୍ୟାରିଅର ଭାବରେ ବାଛିଥିଲେ । ସେ ତନିଷ୍କ, ଭିଭୋ ଓ ୟୁନିକ୍ଲୋ ଭଳି ବଡ଼ ବ୍ରାଣ୍ଡ ପାଇଁ ଅନେକ ସଂଗୀତ ଭିଡିଓ, ଇଣ୍ଡିପେଣ୍ଡେଣ୍ଟ ଫିଲ୍ମ ଏବଂ ବିଜ୍ଞାପନରେ କାମ କରିଛନ୍ତି । ମାହିକା ମନୀଷ ମାଲହୋତ୍ରା, ଅନିତା ଡୋଙ୍ଗରେ ଓ ତରୁଣ ତାହିଲିଆନିଙ୍କ ପରି ଶ୍ରେଷ୍ଠ ଭାରତୀୟ ଡିଜାଇନରଙ୍କ ପାଇଁ ରାମ୍ପରେ ଚାଲିଛନ୍ତି । ୨୦୨୪ରେ, ତାଙ୍କୁ ଇଣ୍ଡିଆନ୍ ଫ୍ୟାଶନ୍ ପୁରସ୍କାରରେ 'ମଡେଲ୍ ଅଫ୍ ଦି ଇୟର' ପୁରସ୍କାର ପ୍ରଦାନ କରାଯାଇଥିଲା, ଯାହା ତାଙ୍କର ବୃତ୍ତିଗତ ସଫଳତାକୁ ଆହୁରି ଉଜ୍ଜ୍ୱଳ କରିଥିଲା । 

ନତାଶା ପରେ ଜାସ୍ମିନ୍‌ ଥିଲେ ପ୍ରେମିକ:  
ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ନତାଶାଙ୍କୁ ବିବାହ କରିଥିଲେ । ଦୁହେଁ ୨୦୨୦ ମେ’ ମାସରେ ବିବାହ କରିଥିଲେ । ୨୦୨୩ ଫେବୃଆରୀରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ବିବାହ କରିଥିଲେ । କିନ୍ତୁ, ୨୦୨୪ ଜୁଲାଇରେ ଦୁହେଁ ପରସ୍ପର ସହମତିରେ ଅଲଗା ହୋଇଯାଇଥିଲେ । ଏହି ବିବାହ ମାତ୍ର ଚାରି ବର୍ଷ ମଧ୍ୟରେ ଭାଙ୍ଗି ଯାଇଥିଲା । ନତାଶାଙ୍କ ଠାରୁ ଛାଡପତ୍ର ପରେ, ମଡେଲ ଜାସ୍ମିନ୍ ୱାଲିଆଙ୍କ ସହ ତାଙ୍କର ସମ୍ପର୍କର କାହାଣୀ ଶୁଣିବାକୁ ମିଳିଥିଲା । ମ୍ୟାଚ୍ ସମୟରେ ଜାସ୍ମିନ୍ ମଧ୍ୟ ଅନେକ ଥର ଦେଖାଯାଇଥିଲା, କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇଥିବା ଖବର ଆସିଥିଲା । 

Hardik Pandya Is Dating Jasmin Walia After Divorce From Natasa? Their Pool  Pics From Greece Go Viral​​​​​​​

ଏବେ ସୋସିଆଲ ମିଡିଆରେ ହାର୍ଦ୍ଦିକ ଏବଂ ମାହିକାଙ୍କ ଗୁଜବ ଜୋର ଧରିଛି । ଜଣେ ରେଡିଟ୍ ୟୁଜର ଲେଖିଛନ୍ତି, 'ମୁଁ ମାହିକାଙ୍କୁ ଫଲୋ କରେ ଏବଂ ସେ ହାର୍ଦ୍ଦିକଙ୍କ ସହ ଜଡିତ ଅନେକ ରିଲ୍ ଲାଇକ୍ କରିଛନ୍ତି । ହୁଏତ ସେମାନେ କେବଳ ବନ୍ଧୁ ଥାଇପାରନ୍ତି  ।' ସେହିପରି କିଛି ୟୁଜର ହାର୍ଦ୍ଦିକଙ୍କୁ ଟ୍ରୋଲ କରିଛନ୍ତି, 'ନୂଆ ଟୁର୍ଣ୍ଣାମେଣ୍ଟ, ନୂଆ ପ୍ରେମିକା' ଭଳି ମନ୍ତବ୍ୟ ଦେଇ ହାର୍ଦ୍ଦିକଙ୍କୁ ଟ୍ରୋଲ୍ କରୁଛନ୍ତି ।