ପ୍ରାକୃତିକ ବିପର୍ଯ୍ୟୟରେ ଜମି ହରାଙ୍କୁ ମିଳିବ ଜମି, ଖୁଵ ଶୀଘ୍ର ସବୁ ଜିଲ୍ଲାପାଳଙ୍କୁ ମଗାଯିବ ରିପୋର୍ଟ

Published By : Prameya-News7 Bureau | August 11, 2025 IST

ଭୁବନେଶ୍ୱର ୧୧/୦୮: ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଯେଉଁମାନେ ଜମି ହରାଉଛନ୍ତି ସେମାନଙ୍କୁ ଜମି ଦେବେ ସରକାର । ଏନେଇ ଖୁଵ ଶୀଘ୍ର ସବୁ ଜିଲ୍ଲାପାଳ ମାନଙ୍କୁ ମଗାଯିବ ରିପୋର୍ଟ ।  ଜମି ହରାଇଥିଲେ ଜମି ବଦଳରେ ଜମି ମିଳିବ । ନିଆଳିରେ ୮୨ ମସିହାରୁ ଏହା ସମସ୍ୟା ନଜରକୁ ଆସିଛି । 


ନିଆଳି ସହ ବଡମ୍ବାରେ ବି ବନ୍ୟା ସମୟରେ ନଦୀ ତାର ଗତି ପଥ ବଦଳାଇବାରୁ ଗୁଡ଼ାଏଁ ଲୋକଙ୍କ ଜମି ହରାଇଛନ୍ତି ସେମାନଙ୍କ ଜମି ନଦୀ ଭିତରକୁ ପଳାଇଛି । ତେଣୁ ଏନେଇ ନିଷ୍ପତ୍ତି ହୋଇଛି । ଜିଲ୍ଲପାଳଙ୍କ ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନିଆଯିବ ।  

ସେପଟେ ଆସିଲା କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର ଓ ଭଦ୍ରକର ବନ୍ୟା କ୍ଷୟକ୍ଷତି ରିପୋର୍ଟ । ବାଲେଶ୍ୱର ପାଇଁ ୨ କୋଟି ୧ ଲକ୍ଷ ୧୪,୬୯୭ ଟଙ୍କା, ଯାଜପୁର ପାଇଁ ୩ କୋଟି ୪୫ ଲକ୍ଷ ୯୩,୨୯୦, ମୟୂରଭଞ୍ଜ ପାଇଁ ୬୭ଲକ୍ଷ ୪୮ ହଜାର ୧୪୮, ଭଦ୍ରକ ପାଇଁ ୫୧ ଲକ୍ଷ ୩୧,୮୨୦ ଓ କେନ୍ଦୁଝର ପାଇଁ ୨ ଲକ୍ଷ ୯୧ ହଜାର ଟଙ୍କା ଦିଆଯାଇଛି ।  ସମୁଦାୟ ୬ କୋଟି ୬୬ ଲକ୍ଷ ୧୭ ହଜାର ୫୫ ଟଙ୍କା ପଠା ଯାଇଛି ।  ଜିଲ୍ଲାପାଳମାନେ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛନ୍ତି। ରିଲିଫ ଖର୍ଚ୍ଚ ହୋଇଛି ।   


ଫସଲ ନଷ୍ଟ ପାଇଁ କ୍ଷତିପୂରଣ ବି ଜିଲ୍ଲାପାଳମାନଙ୍କୁ ପଠାଯାଇଛି ।  ପାଣି ବିଶୋଧନ ଅର୍ଥ ବି ପଠାଯାଇଛି. ଘର ନଷ୍ଟ, ଲୁଗା, ବାସନ, ମତ୍ସ୍ୟଜୀବୀ, ଉଦ୍ଧାର କାର୍ଯ୍ୟ ଖର୍ଚ୍ଚ ବି ଜିଲ୍ଲାପାଳଙ୍କୁ ଦିଆଯାଇଛି  ।  ଆଉ ଗୋଟେ ଲଘୁଚାପ ଯୋଗୁଁ ଦକ୍ଷିଣ ଓଡ଼ିଶାରେ ବନ୍ୟା ଆସିପାରେ. ସେଥିପାଇଁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି. ଲୋକଙ୍କୁ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.