୧୨୭ ବର୍ଷ ପରେ ଗୋଦ୍ରେଜ୍ ପରିବାରର ବିଭାଜନ, ଦୁଇ ଭାଗରେ ବିଭକ୍ତ ହେଲା ବ୍ୟବସାୟ

Published By : Prameya-News7 Bureau | May 01, 2024 IST

ନୂଆଦିଲ୍ଲୀ ୦୧/୦୫: ଭାରତର ସ୍ୱାଧୀନତା ପୂର୍ବରୁ ଯେତେବେଳେ ବି ବ୍ୟବସାୟୀ ଘର କଥା ଉଠେ । ସେତେବେଳେ ମୁହଁକୁ ଆସେ ଗୋଟିେ ନାଁ ଗୋଦ୍ରେଜ୍ ପରିବାର ।  ଏହି ବ୍ୟବସାୟୀକ ପରିବାରର ରିଅଲ୍ ଇଷ୍ଟେଟ୍ ଠାରୁ ଉପଭୋକ୍ତା ଉତ୍ପାଦ ପର୍ଯ୍ୟନ୍ତ ସବୁକିଛି ଯାଏଁ ବ୍ୟାପିଛି । କିନ୍ତୁ ବର୍ତ୍ତମାନ ଏହି ବହୁ ଚର୍ଚ୍ଚିତ ପରିବାର ଏବେ ବିଭାଜିତ । 

୧୨୭ ବର୍ଷ ପରେ ହୋଇଛି ଅଲଗା । ଗୋଦ୍ରେଜ୍ ଗ୍ରୁପ ବ୍ୟବସାୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ପଟେ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ଗୋଦ୍ରେଜ୍‌ ସଂସ୍ଥାଗୁଡ଼ିକ ଆଦି ଗୋଦ୍ରେଜ୍‌ଙ୍କ ପାଖକୁ ଯାଇଥିବାବେଲେ ଅନ୍ୟଟି ତାଙ୍କ ଭାଇ ନାଦିର  ଗୋଦ୍ରେଜ୍‌ଙ୍କ ନିକଟକୁ ଯାଇଥିବାବେଳେ ଗୋଷ୍ଠୀର ଅଣ-ତାଲିକାଭୁକ୍ତ କମ୍ପାନୀମାନେ ସମ୍ପର୍କୀୟ ଜାମସେଦ ଏବଂ ତାଙ୍କ ଭଉଣୀ ସ୍ମିତାଙ୍କୁ ହାତକୁ ଦିଆଯାଇଛି । 

ଗ୍ରୁପର ମୋଟ ମୂଲ୍ୟ ପ୍ରାୟ ୨.୩୪ ଲକ୍ଷ କୋଟି ଟଙ୍କା ହେବ । ଆଦି ଗୋଦ୍ରେଜ୍ ପରିବାରରେ ଏହି ବିଭାଗ ସମ୍ବନ୍ଧରେ ଏକ ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ଗ୍ରୁପର ବ୍ୟବସାୟ ଭାଗ ହେବ ବୋଲି ଘୋଷଣା କରାଯାଇଛି। ଗରୁପର ପାଞ୍ଚଟି କମ୍ପାନୀ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ ଏବଂ ଏଥିରେ ଗୋଦ୍ରେଜ୍ ଇଣ୍ଡଷ୍ଟ୍ରିଜ୍, ଗୋଦ୍ରେଜ୍ ଗ୍ରାହକ ଉତ୍ପାଦ, ଗୋଦ୍ରେଜ୍ ପ୍ରପର୍ଟିଜ୍, ଗୋଦ୍ରେଜ୍ ଆଗ୍ରୋଭେଟ୍ ଏବଂ ଆଷ୍ଟେକ୍ ଲାଇଫ୍ ସାଇନ୍ସ ଅନ୍ତର୍ଭୁକ୍ତ । ସେମାନଙ୍କର ଦାୟିତ୍ୱ ୮୨ ବର୍ଷିୟ ଆଦି ଗୋଡ୍ରେଜ ଏବଂ ତାଙ୍କ ଭାଇ ୭୩ ବର୍ଷିୟ ନାଦିର ଗୋଦ୍ରେଜ୍‌ଙ୍କ ନିକଟକୁ ଯାଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.