Fy24ରେ ସରକାରୀ ବ୍ୟାଙ୍କଗୁଡ଼ିକର ଲାଭ ୧.୪ ଲକ୍ଷ କୋଟି ଟଙ୍କା, ବାର୍ଷିକ ଆଧାରରେ ୩୫% ଅଧିକ

Published By : Prameya-News7 Bureau | May 14, 2024 IST

ନୂଆଦିଲ୍ଲୀ: ସାର୍ବଜାନୀନ କ୍ଷେତ୍ରର ବ୍ୟାଙ୍କର ଲାଭ ଆର୍ଥିକ ବର୍ଷ ୨୦୨୩-୨୪ରେ ୩୫ ପ୍ରତିଶତ ବଢି ୧.୪ ଲକ୍ଷ କୋଟି ଟଙ୍କା ପାର୍ କରିଛି । ଡାଟା ଅନୁସାରେ, ୧୨ ସାର୍ବାଜନୀନ କ୍ଷେତ୍ରର ବ୍ୟାଙ୍କ (ପିଏସବି) ୨୦୨୨-୨୩ରେ ମୋଟ ୧,୦୪,୬୪୯ କୋଟି ଟଙ୍କାର ମୋଟ ଲାଭ ରେକର୍ଡ କରାଯାଇଥିଲା ।

ଏକ୍ସଚେଞ୍ଜକୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଆର୍ଥିକ ବର୍ଷ ୨୦୨୩-୨୪ରେ ୧,୪୧,୨୦୩ କୋଟି ଟଙ୍କାର ମୋଟ ଲାଭରେ ଆରବିଆଇର ୪୦ ପ୍ରତିଶତରୁ ଅଧିକ ଯୋଗଦାନ ରହିଛି । ଏସବିଆଇ ଗତ ଆର୍ଥିକ ବର୍ଷ ୨୦୨୨-୨୩ (୫୦,୨୩୨ କୋଟି ଟଙ୍କା)ଠାରୁ ୨୨ ପ୍ରତିଶତ ଅଧିକ ହୋଇ ୬୧,୦୭୭ କୋଟି ଟଙ୍କା ଲାଭ ହୋଇଛି । ଯଦି ପ୍ରତିଶତ କଥା କହିବା ତେବେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ମୋଟ ଲାଭ ସବୁଠୁ ଅଧିକ ୨୨୮ ପ୍ରତିଶତ ବଢି ୮,୨୪୫ କୋଟି ଟଙ୍କା ରହିଛି । ଏହାପରେ ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ୬୨ ପ୍ରତିଶତ ବୃଦ୍ଧି ସହ ୧୩,୬୪୯ କୋଟି ଟଙ୍କା ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ୬୧ ପ୍ରତିଶତ ବଢି ୨,୫୪୯ କୋଟି ଟଙ୍କା ଲାଭ ହୋଇଛି ।

ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ୫୭ ପ୍ରତିଶତ ବୃଦ୍ଧି ସହ ୬,୩୧୮ କୋଟି ଟଙ୍କା, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ୫୬ ପ୍ରତିଶତ ବୃଦ୍ଧି ସହ ୪,୦୫୫ କୋଟି ଟଙ୍କା ଏବଂ ଚେନ୍ନାଇ ସ୍ଥିତ ଇଣ୍ଡିଆ ବ୍ୟାଙ୍କ ୫୩ ପ୍ରତିଶତ ବୃଦ୍ଧି ସହ ୮,୦୬୩ କୋଟି ଟଙ୍କା ଲାଭ କରିଛି ।

ଗତ ବର୍ଷ ତୁଳନାରେ ସାର୍ବଜାନୀନ କ୍ଷେତ୍ରର ୧୨ ବ୍ୟାଙ୍କ ମଧ୍ୟରୁ କେବଳ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କର ଲାଭରେ ହ୍ରାସ ରେକର୍ଡ କରାଯାଇଛି । ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କର ବାର୍ଷିକ ମୋଟ ଲାଭ ୫୫ ପ୍ରତିଶତ ହ୍ରାସ ସହ ୫୯୫ କୋଟି ଟଙ୍କା ହୋଇଛି । ବ୍ୟାଙ୍କ ଅଫ୍ ବରୋଦା (୧୭,୭୮୮ କୋଟି ଟଙ୍କା) ଏବଂ କାନାରା ବ୍ୟାଙ୍କ ୧୪,୫୫୪ କୋଟି ଟଙ୍କା) ୧୦,୦୦୦ କୋଟି ଟଙ୍କାରୁ ଅଧିକ ବାର୍ଷିକ ଲାଭ ରେକର୍ଡ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.