ନିର୍ବାଚନୀ ମାହୋଲରେ ବିଗୁଡ଼ୁଛି ବିଦେଶୀ ନିବେଶକଙ୍କ ମୁଡ୍ ?

Published By : Prameya-News7 Bureau | May 15, 2024 IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ ସବୁ ଉଦ୍ୟମ ସତ୍ତ୍ୱେ ଭୋଟିଂ ପ୍ରତିଶତରେ ହ୍ରାସରୁ ସେୟାର ବଜାରର ନିବେଶକ ଅଲର୍ଟ ମୋଡରେ ନଜର ଆସୁଛନ୍ତି । ଖାସକରି ଭାରତୀୟ ସେୟାର ବଜାରକୁ ନେଇ ବିଦେଶୀ ନିବେଶକଙ୍କ ମୁଡ୍ ଠିକ୍ ନଥିବା ଜଣାପଡ଼ିଛି । ଯାହାକୁ ନେଇ ସେୟାର ବଜାରର ମାହୋଲ ମଧ୍ୟ ବଦଳିଥିବା ନଜର ଆସୁଛି । 

ଇକୋନମିକ୍ସ ଟାଇମ୍ସର ରିପୋର୍ଟ ଅନୁସାରେ ନିବେଶକଙ୍କୁ ଭୟ ରହିଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏକୁ ଲୋକସଭାରେ ପୂର୍ବ ଅପେକ୍ଷା କମ ସିଟ୍ ମିଳିପାରେ । ବିଦେଶୀ ନିବେଶକ ଭାରତୀୟ ସେୟାର ବଜାରକୁ ନେଇ ଗତ ଏକ ଦଶନ୍ଧିରେ ସବୁଠୁ ଅଧିକ ନିରାଶ ନଜର ଆସୁଛନ୍ତି । ବ୍ଲୁମବର୍ଗ ଡାଟାରୁ ଜଣାପଡ଼ୁଛି ଯେ ନିବେଶକ ସେୟାର ବିକ୍ରି ଉପରେ ଅଧିକ ଜୋର ଦେଉଛନ୍ତି କିନ୍ତୁ କିଣାକିଣି କମ କରୁଛନ୍ତି । ରିପୋର୍ଟ ଅନୁସାରେ ନେଟ ସର୍ଟ ପୋଜିସନ ବର୍ତ୍ତମାନ ସମୟରେ ୨୦୧୨ ପରେ ସବୁଠୁ ଉଚ୍ଚ ସ୍ତରରେ ଅଛି ।

ଡେରିଭେଟିଭ ବଜାରରେ ମାନ୍ଦା ସ୍ଥିତି ଏପରି ସମୟରେ ଆସିଛି ଯେତେବେଳେ ବିଦେଶୀ ନିବେଶକ ଏପ୍ରିଲ ଆରମ୍ଭରୁ ଭାରତୀୟ ସେୟାରରୁ ଏବେ ସୁଦ୍ଧା ୪ ବିଲିୟନ ଡଲାର ବାହାର କରିଛନ୍ତି । କୁହାଯାଉଛି ଯେ ବିଦେଶୀ ନିବେଶକ ନିର୍ବାଚନ ପରିଣାମକୁ ନେଇ ସତର୍କ ଅଛନ୍ତି । ଏହି ସେଣ୍ଟିମେଣ୍ଟ ଭୋଟିଂ ପ୍ରତିଶତରେ ହ୍ରାସ ପରେ ଆସିଛି । 

ଭୋଟିଂ ପ୍ରତିଶତରେ ହ୍ରାସ ଏନଡିଏର ୪୦୦ ଲୋକସଭା ଆସନ ଅନୁମାନକୁ ନେଇ ଚିନ୍ତା ବଢାଇଛି । ତେବେ ଭୋଟିଂ ପ୍ରତିଶତରେ ହ୍ରାସ ପାଇଁ କୌଣସି ନିଶ୍ଚିତ କାରଣ ନାହିଁ । ବିଶେଷଜ୍ଞ ଏବଂ ନିର୍ବାଚନ ଉପରେ ନଜର ରଖୁଥିବା ଏହି ପ୍ରବୃତି ପାଇଁ ଦେଶରେ ଭୀଷଣ ଗରମ ଏବଂ ଅନ୍ୟ କାରଣ ଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.