ଓ୍ବାଲମାର୍ଟର ଛଟେଇ ଘୋଷଣା, ଶତାଧିକ କର୍ମଚାରୀ ହେବେ ପ୍ରଭାବିତ

Published By : Prameya-News7 Bureau | May 15, 2024 IST

ନୂଆଦିଲ୍ଲୀ: ବିଶ୍ବର ବୃହତ୍‌ ରିଟେଲ ଚେନ୍‌ ଓ୍ବାଲମାର୍ଟ ଛଟେଇ ଘୋଷଣା କରିଛି । ଏହି ଛଟେଇ ଫଳରେ ଏବେ ଅନେକ କର୍ମଚାରୀଙ୍କ ଚାକିରି ବିପଦରେ। କମ୍ପାନି ଅନୁଯାୟୀ, ଏହା ଛଟେଇ ସହ ଓ୍ବାଲମାର୍ଟ ପାଇଁ କାମ କରୁଥିବା ଡଲାସ, ଆଟଲାଣ୍ଟା ତଥା ଟୋରଣ୍ଟୋ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ଭେଣ୍ଟନଭିଲେ, ଅର୍କାସସ, ହୋବେକେନ ଏବଂ ସାନ ଫ୍ରାନସିସକୋ ସ୍ଥିତ ‘ଦ ବେ ଏରିଆ’ ମୁଖ୍ୟ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବାକୁ ହେବ। 

ତେବେ ଏହି ଛଟେଇ ନେଇ କୌଣସି କାରଣ କୁହାଯାଇନଥିବାବେଳେ । ବ୍ୟବସାୟରେ କିଛି ଅଂଶରେ ପରିବର୍ତ୍ତନ କରାଯାଇଛି ଏବଂ ଏହାର ପରିମାଣସ୍ବରୂପ ଛଟେଇ କରାଯାଉଥିବା ଜଣାପଡ଼ିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.