LIVE TV

ଆମାଜନ କ୍ଲାଉଡ୍‌ରେ ତ୍ରୁଟି ପାଇଁ ବିଶ୍ୱବ୍ୟାପୀ ଇଣ୍ଟରନେଟ୍ ସେବା ହେଲା ପ୍ରଭାବିତ, ପ୍ରକୃତରେ ଘଟିଥିଲା କ’ଣ ?

NEWS7
amazon

ନୂଆଦିଲ୍ଲୀ: ସୋମବାର (ଅକ୍ଟୋବର୨୦)ରେ, Amazon Web Services (AWS) ଏକ ବଡ଼ ବୈଷୟିକ ଓ ଯାନ୍ତ୍ରିକ ତ୍ରୁଟିର ସାମନା କରିଥିଲା । ହଜାର ହଜାର ୱେବସାଇଟ୍ ଏବଂ ଆପ୍ ଅଚଳ ହୋଇଯାଇଥିଲା । କମ୍ପାନି କହିଥିଲା ଯେ ଏହି ସମସ୍ୟାର ମୂଳ କାରଣ ଚିହ୍ନଟ ସରିଛି ଏବଂ ଏହାର ସମାଧାନ କରୁଛି । ଆମାଜନ, ସରକାର ଏବଂ ଅନ୍ୟାନ୍ୟ ୟୁଜର୍ସଙ୍କୁ କ୍ଲାଉଡ୍ ସେବା ପ୍ରଦାନ କରେ, ଯେଉଁଥିରେ ଡାଟା ଷ୍ଟୋରେଜ୍, ଅନ୍-ଡିମାଣ୍ଡ କମ୍ପ୍ୟୁଟିଂ ପାୱାର ଏବଂ ଅନ୍ୟାନ୍ୟ ଡିଜିଟାଲ୍ ସେବା ସାମିଲ ରହିଛି । ଏହି ବିଭ୍ରାଟ ରେଡିଟ୍ ଏବଂ ସ୍ନାପଚାଟ୍ ପରି ସୋସିଆଲ ମିଡିଆ ଆପ୍ ଉପରେ ପ୍ରଭାବ ପକାଇଥିଲା ସର୍ଭରରେ ବାଧା ଯୋଗୁଁ ବିଶ୍ୱବ୍ୟାପୀ ୟୁଜର୍ସ ପ୍ରଭାବିତ ହୋଇଥିଲେ, କାରଣ ଏହି ପ୍ଲାଟଫର୍ମଗୁଡ଼ିକ କ୍ଲାଉଡ୍ ଭିତ୍ତିଭୂମି ବ୍ୟବହାର କରନ୍ତି । ଆମାଜନର ପ୍ରାଇମ୍ ଭିଡିଓ ସେବା ଏବଂ ଡିଜନି ପ୍ଲସ୍ ପରି ଷ୍ଟ୍ରିମିଂ ପ୍ଲାଟଫର୍ମ ମଧ୍ୟ ପ୍ରଭାବିତ ହୋଇଥିଲା । Perplexity AI, Fortnite Game, Airbnb ଏବଂ Duolingo ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ ।

ଏଡବ୍ଲୁଏସ୍ ପୃଥିବୀର ପ୍ରାୟ ଏକ ତୃତୀୟାଂଶ କ୍ଲାଉଡ୍ ଇନଫ୍ରାଷ୍ଟ୍ରକ୍ଚର ପରିଚାଳନା କରେ । କମ୍ପାନି ଅନୁଯାୟୀ ଏହି ତ୍ରୁଟି ୭୬ଟି ସେବାକୁ ପ୍ରଭାବିତ କରିଥିଲା । ଆମାଜନର ପ୍ରଥମେ କହିଥିଲା, "ଆମେ US-EAST-1 ଅଞ୍ଚଳରେ ଏକାଧିକ AWS ସେବାରେ ବୃଦ୍ଧି ପାଇଥିବା ତ୍ରୁଟି ହାର ଉପରେ ତଦନ୍ତ କରୁଛୁ । ୩୦-୪୫ ମିନିଟ୍ ମଧ୍ୟରେ ଆଉ ଏକ ଅପଡେଟ୍ ପ୍ରଦାନ କରିବୁ।"

ପରେ କମ୍ପାନି କହିଥିଲା, "ଆମେ ଏଡବ୍ସୁଏସ୍ ସେବାଗୁଡ଼ିକୁ ପ୍ରଭାବିତ କରୁଥିବା ନେଟୱାର୍କ ସଂଯୋଗ ସମସ୍ୟାର ଦୂର କରୁଛୁ । ଆମ ନେଟୱାର୍କ ଲୋଡ୍ ବାଲାନ୍ସେରର ନିରୀକ୍ଷଣ ପାଇଁ ଥିବା ଆଭ୍ୟନ୍ତରୀଣ ସବ୍-ସିଷ୍ଟମ ହେଉଛି ଏହା ପଛର ମୂଳ କାରଣ । ଡାଟା ରିକଭରୀ ପାଇଁ ନୂଆ EC2 ଇନଷ୍ଟାନ୍ସ ଲଞ୍ଚ ପାଇଁ ଅନୁରୋଧଗୁଡ଼ିକୁ ଥ୍ରୋଟଲିଂ କରୁଛୁ ଏବଂ ସକ୍ରିୟ ଭାବରେ ହ୍ରାସ ଉପରେ କାର୍ଯ୍ୟ କରୁଛୁ।" ଆମାଜନ କହିଛି ଯେ ୬୫ରୁ ଅଧିକ ସେବାର ସମାଧାନ କରାଯାଇଛି AWSରେ ତ୍ରୁଟି ଯୋଗୁଁ ୟୁରୋପରେ ମୋବାଇଲ୍ ଟେଲିଫୋନ୍ ସେବା ଏବଂ ସିଗନାଲ୍ ଏବଂ ହ୍ୱାଟ୍ସଆପ୍ ଭଳି ମେସେଜିଂ ଆପ୍ ମଧ୍ୟ ପ୍ରଭାବିତ ହୋଇଥିଲା । ୟୁକେର ଲଏଡ୍ସ ବ୍ୟାଙ୍କ ମଧ୍ୟ ପ୍ରଭାବିତ ହୋଇଥିଲା ।