News7 Logo

ପ୍ରଥମେ ନେପାଳକୁ ଜାଳିପୋଡି ଭଷ୍ମ କଲେ, Gen-Z ଏବେ କରୁଛି ସଫେଇ

NEWS7
Nepal Gen-z

କାଠମାଣ୍ଡୁ ୧୦।୯: ନେପାଳରେ ଗତ ଦୁଇ ଦିନ ହେଲା ସରକାରଙ୍କ ବିରୋଧରେ ହିଂସାତ୍ମକ ପ୍ରଦର୍ଶନ ଚାଲିଥିଲା। ବିକ୍ଷୋଭକାରୀ ରାଜଧାନୀ କାଠମାଣ୍ଡୁରେ ସଂସଦରୁ ଆରମ୍ଭ କରି ସୁପ୍ରିମକୋର୍ଟକୁ ନିଆଁ ଲଗାଇ ଦେଇଥିଲେ। ସାରା ସହରରେ ଭଙ୍ଗାରୁଜା ହୋଇଥିଲା। ହେଲେ ବୁଧବାର କାଠମାଣ୍ଡୁରେ ଏକ ଅଲଗା ଦୃଶ୍ୟ ଦେଖାଯାଇଛି। ଦୁଇ ଦିନ ହେଲା ଜେଉଁ ‘ଜେନ-ଜେଡ୍’ ପ୍ରଦର୍ଶନକାରୀ ପୋଡ଼ାଜଳ, ଭଙ୍ଗାରୁଜା କରୁଥିଲେ ଆଜି ସେମାନେ ସଡକକୁ ଓହ୍ଲାଇ ସାଫସଫେଇ କରିଛନ୍ତି।

ନେପାଳରେ ହୋଇଥିବା ଏହି ହିଂସାତ୍ମକ ବିରୋଧ ପ୍ରଦର୍ଶନରେ କଲେଜ ଛାତ୍ରଛାତ୍ରୀ ଓ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଭାଗ ନେଇଥିଲେ। ଏଣୁ ଏହାକୁ ଜେନ-ଜେଡ୍ ଆନ୍ଦୋଳନ କୁହାଯାଇଥିଲା। ଦିନକ ପୂର୍ବରୁ ଆକ୍ରୋଶିତ ବିକ୍ଷୋଭକାରୀ କାଠମାଣ୍ଡୁର ଅନେକ ଗୁରୁତ୍ୱପୂର୍ଣ୍ଣ ଭବନରେ ନିଆଁ ଲଗାଇ ଦେଇଥିଲେ ଓ ପୁରା ସହରରେ ହିଂସା ଭିଆଇଥିଲେ। ହେଲେ ଆଜି ସେହି ନେପାଳୀ ଯୁବକଯୁବତୀ ରାସ୍ତାକୁ ଓହ୍ଲାଇ କାଲି କରିଥିବା ସେମାନଙ୍କ କାଣ୍ଡକୁ ଝାଡୁରେ ଓଳାଇ ସଫା କରିଛନ୍ତି। ନେପାଳର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଲେ ଲୋକେ ଏହାକୁ ବେଶ୍ ପ୍ରଶଂସା କରୁଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସରକାର ସେପ୍ଟେମ୍ବର ୪ ତାରିଖ ଦିନ ଏକ ବଡ଼ ନିଷ୍ପତ୍ତିରେ ଦେଶରେ ଦେଶରେ ଫେସବୁକ୍ ଓ ଇଂଷ୍ଟାଗ୍ରାମ ଭଳି ୨୬ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ରୋକ ଲଗାଇ ଦେଇଥିଲେ। ଏଥି ପାଇଁ ସରକାର ତର୍କ ଦେଇଥିଲେ ଯେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଦେଶ ବିରୋଧୀ ଏଜେଣ୍ଡା ଚଳାଉଛନ୍ତି ଓ ଏହା ଯୋଗୁ ନେପାଳ ନିମନ୍ତେ ବିପଦ ରହିଛି। ହେଲେ ସରକାରଙ୍କ ଏହି ତର୍କ ନେପାଳୀ ଯୁବ ବର୍ଗଙ୍କୁ ସନ୍ତୁଷ୍ଟ କରିପାରିନଥିଲା।

ସେମାନେ କହିଥିଲେ ଯେ ସରକାର ଏହି ନିଷ୍ପତ୍ତି ଭ୍ରଷ୍ଟାଚାର, ଆର୍ଥିକ ସଂକଟ ଓ ଅପାରଦର୍ଶିତା ଭଳି ପ୍ରସଙ୍ଗକୁ ଦବାଇ ପାଇଁ ଗ୍ରହଣ କରିଛନ୍ତି। ଏଥି ପାଇଁ ସେମାନେ ସେପ୍ଟେମ୍ବର ୮ ତାରିଖ ଦିନ ନେପାଳ ରାଜଧାନୀରେ ବିଶାଳ ବିକ୍ଷୋଭ ଡାକରା ଦେଇଥିଲେ। ଜନତାଙ୍କ ବିରୋଧକୁ ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ସମ୍ମାନ କରିଥିଲେ ଓ କହିଥିଲେ ବିରୋଧ କରିବା ଜନତାଙ୍କ ଅଧିକାର। ତେବେ ସେପ୍ଟେମ୍ବର ୮ରେ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ଅଚାନକ ହିଂସାତ୍ମକ ରୂପ ଧାରଣ କରିଥିଲା। ବିକ୍ଷୋଭକାରୀ ସଂସଦରେ ପଶି ଯାଇଥିଲେ ଓ ବ୍ୟାପକ ଭଙ୍ଗାରୁଜା କରିଥିଲେ