ନୂଆଦିଲ୍ଲୀ ୦୭।୦୪ :  ବାଂଲାଦେଶ ରାଜନୀତିରେ ନୂଆ ହଲ୍‌ଚଲ୍‌ । ବାଂଲାଦେଶର ପୂର୍ବତନ ବାଚସ୍ପତିଙ୍କୁ ଗିରଫ କରିଛି ପୋଲିସ । ପୂର୍ବତନ ବାଚସ୍ପତି ସିରିନ୍‌ ସର୍ମିନ ଚୌଧୁରୀଙ୍କୁ ନିଜ ବାସଭବନରୁ ବାନ୍ଧିଛି ଢାକା ପୋଲିସ । କେଉଁ ମାମଲାରେ ପୂର୍ବତନ ବାଚସ୍ପତିଙ୍କୁ ଗିରଫ କରାଯାଇଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

ଢାକା ମେଟ୍ରୋପଲିଟାନ ପୋଲିସର ଡିଟେକ୍ଟିଭ୍ ବ୍ରାଞ୍ଚ (DB) ମଙ୍ଗଳବାର ଦିନ ବାଂଲାଦେଶର ପୂର୍ବତନ ବାଚସ୍ପତି ସିରିନ୍‌ ସର୍ମିନ ଚୌଧୁରୀଙ୍କୁ ଗିରଫ କରିଛି । ଧାମମଣ୍ଡିସ୍ଥିତ ବାସଭବନରୁ ଗିରଫ କରିଛି । ଗିରଫ ପରେ ପୋଲିସର ଡିଟେକ୍ଟିଭ୍ ବ୍ରାଞ୍ଚ ମୁଖ୍ୟାଳୟକୁ ନିଆଯାଇଛି । ତେବେ ଢାକା ପୋଲିସ ସିରିନ ସର୍ମିନ୍‌ ଚୌଧୁରୀଙ୍କୁ କେଉଁ ମାମଲାରେ ଗିରଫ କରିଛି । ସେନେଇ କୌଣସି ବୟାନ ଦିଆଯାଇନାହିଁ କି ସ୍ପଷ୍ଟ ସୂଚନା ମିଳିନାହିଁ। ଖୁବ୍ ଶୀଘ୍ର ଘଟଣା ସଂପର୍କରେ ସବିଶେଷ ତଥ୍ୟା ଦିଆଯିବ ।

ତେବେ ପୂର୍ବତନ ବାଚସ୍ପତିଙ୍କୁ ଏହି ସମୟରେ ଗିରଫ କରାଯାଇଛି । ଦେଶରେ ନୂଆ ରାଜନୈତିକି ଦଳର ନେତା ପ୍ରଧାନମନ୍ତ୍ରୀ ହୋଇଛନ୍ତି । ବିରୋଧୀ ଦଳଙ୍କ ବିରୋଧରେ ଆକ୍ରୋଶର ରାଜନୀତି ଚାଲିଛି ବୋଲି ଅଭିଯୋଗ ହେଉଛି । ଦେଶରେ ବିଦ୍ରୋହ ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଭାରତରେ ଆଶ୍ରହ ନେଇଛନ୍ତି । ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ ବାଂଲାଦେଶ ସରକାର ବାରମ୍ବାର ନିର୍ଦ୍ଦେଶ ଦେଉଛନ୍ତି ।