ବିଜେପି ଛାଡ଼ିଲେ ପୂର୍ବତନ କୋରେଇ ବିଜେପି ବିଧାୟକ ପ୍ରାର୍ଥୀ, ପ୍ରତିକ୍ରିୟାରେ କହିଲେ- ଦଳରେ କରାଯାଉଛି ଅଣଦେଖା

Published By : Prameya-News7 Bureau | May 05, 2024 IST

ଯାଜପୁର: ବିଜେପି ଛାଡ଼ିଲେ ପୂର୍ବତନ କୋରେଇ ବିଧାୟକ ପ୍ରାର୍ଥୀ ବିଶ୍ବଜିତ ନାୟକ। ରବିବାର ଶହ ଶହ ସମର୍ଥକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ ବୈଠକରେ ବିଜେପି ଦଳରୁ ଇସ୍ତଫା ଘୋଷଣା କରିଛନ୍ତି ବିଶ୍ବଜିତ ନାୟକ। ବିଶ୍ବଜିତଙ୍କ ସମେତ ବୈଠକରେ ଉପସ୍ଥିତ ୮ ଶହରୁ ଉର୍ଦ୍ଧ୍ବ ନେତା ଓ କର୍ମୀ ମଧ୍ୟ ବିଜେପି ଦଳ ଛାଡ଼ିବା ନେଇ ଘୋଷଣା କରିଛନ୍ତି।

ବିଶ୍ବଜିତ ଗତ ୨୦୧୯ ନିର୍ବାଚନରେ ବିଜେପି ଟିକେଟରୁ କୋରେଇ ବିଧାନସଭା ଆସନ ପାଇଁ ଲଢିଥିଲେ। ତେବେ ଚଳିତଥର ବିଜେପି ତାଙ୍କୁ ଟିକେଟ ନଦେବାରୁ ସେ ଏପରି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି। ଦଳ ଚଳିତଥର ଆକାଶ ଦାସ ନାୟକଙ୍କୁ କୋରେଇରୁ ପ୍ରାର୍ଥୀ କରିଛି। 

ତେବେ ବିଜେପିରୁ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଶ୍ବଜିତ ନାୟକ, ସେ କହିଛନ୍ତି ‘ଦଳର ମେରି ରାୟ ନିତୀ ପାଇଁ ସମସ୍ତେ ଇସ୍ତଫା ଦେଇଛନ୍ତି। ଦୀର୍ଘ ବର୍ଷ ଧରି ନିଷ୍ଠାର ସହ ଦଳ ପାଇଁ କାର୍ଯ୍ୟ କରିବା ପରେ ମଧ୍ୟ ଦଳ ତାଙ୍କୁ ଉପେକ୍ଷା ବା ଅଣଦେଖା କରିଥିବା ସେ କହିଛନ୍ତି। 

ଆହୁରି ମଧ୍ୟ ସେ କହିଛନ୍ତି ତାଙ୍କ ସହ କିମ୍ବା କୌଣସି ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ନକରି ଜଣେ ଅଣ ବିଜେପି ଲୋକ ବା ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଦଳ ଟିକେଟ ଦେଇଥିବାରୁ ଦଳର ଶୀର୍ଷ ନେତୃତ୍ବ ସମସ୍ତଙ୍କ ଭାବାବେଗକୁ କୁଠାରାଘାତ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.