ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି ! ଇଭିଏମ୍ ଭାଙ୍ଗିଥିବା ଅଭିଯୋଗ

Published By : Prameya-News7 Bureau | May 25, 2024 IST

ଭୁବନେଶ୍ବର ୨୫।୫: ପୁଣି ପ୍ରଶାନ୍ତ ଜଗଦ୍ଦେବଙ୍କ ଦାଦାଗିରି ଅଭିଯୋଗ । ଭୋଟିଂ ସମୟରେ ଇଭିଏମ୍‌ ଭଙ୍ଗାରୁଜା ଅଭିଯୋଗ ହୋଇଛି । ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ଗ୍ରାମପଞ୍ଚାୟତରେ ଭୋଟିଂ ସମୟରେ ଇଭିଏମ୍ ଭାଙ୍ଗିଥିବା ଅଭିଯୋଗ ହୋଇଛି । 

ସୂଚନାଯୋଗ୍ୟ ଯେ, ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ଗ୍ରାମପଞ୍ଚାୟତ କାଉଁରିଆ ପାଟଣାର ୧୧୪ ନମ୍ବର ବୁଥ୍‌ରେ ପଶି ପ୍ରଶାନ୍ତ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଛି । ଭୋଟିଂ ସମୟରେ ଇଭିଏମ୍ ଭଙ୍ଗାରୁଜା କରି ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ପ୍ରଶାନ୍ତଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ରହିଛି ।

ସେପଟେ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବିଜେଡି ଫେରାଦ ହୋଇଛି । ପ୍ରଶାନ୍ତଙ୍କ ଗିରଫ ଦାବି କରିଛି ବିଜେଡି । 

You Can Read :

ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ, ଦିନ ୩ଟା ସୁଦ୍ଧା ୪୮.୪୪% ଭୋଟିଂ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.