ଓଡ଼ିଶାରେ ୨୧ ଲୋକସଭା ଜିତିବା ସହ କେନ୍ଦ୍ରରେ ହେବ ମୋଦି ସରକାର: ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | May 25, 2024 IST

ଭୁବନେଶ୍ବର ୨୫/୫: ଓଡ଼ିଶାରେ ବିଜେପି ୨୧ରୁ ୨୧ ଲୋକସଭା ଜିତିବା ସହ କେନ୍ଦ୍ରରେ ପୁଣି ଥରେ ମୋଦି ସରକାର ହେବ । ଓଡ଼ିଶାରେ ବି ବିଜେପି ବହୁମତ ହାସଲ କରିବ ବୋଲି ଦମ୍ଭୋକ୍ତି କରିଛନ୍ତି ଧର୍ମେନ୍ଦ୍ର । ଶନିବାର ଅପରାହ୍ଣରେ ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥିବା ଡିଏଭି ପବ୍ଲିକ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରକୁ ଆସି ଭୋଟ୍‌ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ଭୋଟ୍‌ ଦେବା ପରେ ଧର୍ମେନ୍ଦ୍ର କହିଥିଲେ ଯେ, ଭାରତର ଗଣତନ୍ତ୍ରର ଏ ମହାପର୍ବରେ ମୁଁ ଆଜି ଭାଗ ନେଲି । ଦେଶରେ ପୁଣି ମୋଦି ସରକାର ହେବ । ଏଥି ସହ ଓଡ଼ିଶାରେ ୨୧ରୁ ୨୧ ଲୋକସଭା ଆସନ ଜିତିବ ବିଜେପି । ରାଜ୍ୟରେ ମଧ୍ୟ ବିଜେପି ବହୁମତ ହାସଲ କରିବା ସହ ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.