ଇଚ୍ଛାମୃତ୍ୟୁ ଚାହୁଁଥିବା ଶୀତଳ ଏବେ ସୁସ୍ଥ ହୋଇ ଚଳାଉଛନ୍ତି ଗାଡି, ଭେଟିଲେ ସବ୍ୟ-ଅର୍ଚ୍ଚିତା

Published By : Prameya-News7 Bureau | May 25, 2024 IST

ଭଦ୍ରକ ୨୫।୫: ଦିନେ ଇଚ୍ଛା ମୃତ୍ୟୁ ଚାଁହୁଥିଲେ, ଅସହାୟ ଅବସ୍ଥାରେ ସାହା ହୋଇଥିଲେ ବିଧାୟକ । ଏବେ ବିଧାୟକଙ୍କ ପ୍ରଚେଷ୍ଟା ପରେ ନିଜେ ସୁସ୍ଥ ହେବା ସହ ଗାଡି ମଧ୍ୟ ଚଳାଉଛନ୍ତି । ଏମିତି ସ୍ଥିତିରେ ଶୀତଳଙ୍କୁ ଭେଟିଛନ୍ତି ସିନେ ତାରକା ସବ୍ୟସାଚୀ, ଅର୍ଚ୍ଚିତାଙ୍କ ସହ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ । ପଚାରି ବୁଝିଛନ୍ତି କେମିତି ଅଛନ୍ତି ଶୀତଳ । 

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲରେ ଏକ ସଡକ ଦୁର୍ଘଟଣାରେ ଏକାଧିକ ଛାତ୍ରଛାତ୍ରୀଙ୍କ ଜୀବନ ଯାଇଥିଲା । ଗୁରୁତର ହୋଇଥିଲେ ଶୀତଳ । ଦୀର୍ଘ ଦିନର କଷ୍ଟ ପରେ ଶୀତଳ ଇଚ୍ଛା ମୃତ୍ୟୁ ପାଇଁ ନିବେଦନ କରିଥିଲେ । ସେହି ସମୟରେ ଭଦ୍ରକର ନବନିର୍ବାଚିତ ବିଧାୟକ ସଞ୍ଜୀବ ମଲ୍ଲିକ ଶୀତଳଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିବା ସହ ସମସ୍ତ ଚିକିତ୍ସା ଦାୟିତ୍ବ ନେଇଥିଲେ । ଏକାଧିକ ଅପରେସନ ପରେ ଏବେ ସୁସ୍ଥ ହୋଇଛନ୍ତି ଶୀତଳ । ପୂର୍ବରୁ ପାଠ ପଢିବା ପାଇଁ ସ୍କୁଟି ମଧ୍ୟ ଦେଇଥିଲେ ସଞ୍ଜୀବ । ଏବେ ସଞ୍ଜୀବ ମଲ୍ଲିକଙ୍କ ସହ ସିନେ ତାରକା ଅର୍ଚ୍ଚିତା ଓ ସବ୍ୟସାଚୀ ଶୀତଳଙ୍କୁ ଭେଟିଛନ୍ତି । ଜୀବନ ଯୁଦ୍ଧରେ ଶୀତଳଙ୍କ ମନୋବଳକୁ ପ୍ରଶଂସା କରିବା ସହ ସଞ୍ଜୀବ ମଲ୍ଲିକଙ୍କ ସହଯୋଗକୁ ମଧ୍ୟ ପ୍ରଶଂସା କରିଛନ୍ତି ।

You Can Read :

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦% ଭୋଟିଂ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.