ଭୁବନେଶ୍ୱର ୦୨/୦୧: ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ । କାହାଳିଆ ସ୍ଥିତ ବାସଭବନରେ କଲେ ଶେଷ ନିଶ୍ବାସ ତ୍ୟାଗ । ଦୀର୍ଘ ଦିନ ଧରି କର୍କଟ ରୋଗରେ ଥିଲେ ପୀଡ଼ିତ । କାହାଳିଆ ସ୍ଥିତ ବାସଭବନରେ ଗୁରୁବାର ରାତି ୨ ଟାରେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ନୀଳଗିରି ହସ୍ପିଟାଲ ନେବା ପରେ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ହସ୍ପିଟାଲ ସ୍ଥାନାନ୍ତର ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉ ଥିବାବେଳେ ସ୍ୱାସ ରୋଗ ମଧ୍ୟ ଥିଲା। ହଠାତ ଆଜମା ବାହାରି ପଡିବାରୁ ଏଭଳି ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ମରଶରୀର ନିକଟରେ ତାଙ୍କର ପୁତ୍ର ଓ ଦୁଇଝିଅ ଓ ସମର୍କୀୟ ମାନେ ଉପସ୍ଥିତ ଥିଲେ । ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ପୁର୍ବତନ ବିଧାୟକ ସୁକାନ୍ତ ନାୟକ ଓ କଂଗ୍ରେସ ନେତା,କର୍ମୀ ମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାଙ୍କ ମୃତ୍ୟୁରେ ଶୋକାକୁଳ ପରବେଶ ସୃଷ୍ଟି ହୋଇଥିବା ବେଳେ ନୀଳଗିରି ପାଇଁ ଏକ ଅପୁରଣୀୟ କ୍ଷତି ବୋଲି କୁହାଯାଇଛି । 

ନୀଳଗିରି ଆସନରୁ ଦୁଇ ଥର ବିଧାୟକ ହୋଇଥିଲେ । କଂଗ୍ରେସ ଟିକେଟ୍‌ରୁ ନିର୍ବାଚିତ ହୋଇଥିଲେ ଅକ୍ଷୟ । ୧୯୮୦-୮୫, ୧୯୯୦-୯୫ ଯାଏଁ ଥିଲେ ବିଧାୟକ । ଅକ୍ଷୟ କୁମାର ଆଚାର୍ଯ୍ୟ ୧୯୬୯ ମସିହାରେ ଭାରତୀୟ କଂଗ୍ରେସ ଯୋଗ ଦେଇଥିଲେ । ଅକ୍ଷୟ ୧୯୮୦ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ଇନ୍ଦିରା କଂଗ୍ରେସର ପ୍ରାର୍ଥୀ ଭାବରେ ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।