କେନ୍ଦ୍ରାପଡା, ୨୦|୦୭: ଭୟଙ୍କର ଦୁର୍ଘଟଣା । ତିନି ମୃତ । ଏପରି ଅଭାବନୀୟ ଘଟଣା ଘଟିଛି କଟକ-ଚାନ୍ଦବାଲି ରାସ୍ତାର କୁସୁନପୁରରେ ।

ରିପୋର୍ଟ ଅନୁସାରେ, କଟକ ଚାନ୍ଦବାଲି ରାସ୍ତାର କୁସୁନପୁର ଠାରେ ଦୁଇ ମାଛ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଉଭୟ ପରସ୍ପରକୁ ଧକ୍କା ଦେଇଛନ୍ତି । ଏଥିରେ ତିନି ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇ ପଡିଛନ୍ତି । ଆହତଙ୍କୁ ନିଶ୍ଚିତକୋଇଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ କଟକରୁ ପାରାଦୀପ ଯାଉଥିବା ବେଳେ ଟ୍ରକ୍ ଦୁଇଟି ପରସ୍ପର ସହ ଧକ୍କା ହୋଇଥିବା ସୂଚନା ମିଳିଛି । ତେବେ ପାଲିସ ଘଟଣାସ୍ଥଳରେ ପହଁଚି ଟ୍ରକ୍ ଦ୍ୱୟକୁ ଜବତ କରିଥିବା ବେଳେ ତଦନ୍ତ ଜାରି ରଖିଛି । ଅନ୍ୟ ଦିଗରେ ମାଛ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେଲା ପରେ ସ୍ଥାନୀୟ ଲୋକେ ମାଛ ବୋହି ନେଉଥିବା ମଧ୍ୟ ଦେଖିବାକୁ ମିଳିଛି ।