ବ୍ରହ୍ମପୁର ୧୩।୦୯ : ଗଞ୍ଜାମରେ ପୁଣି ଗର୍ଜିଲା ବନ୍ଧୁକ । ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଞ୍ଚଳରେ ହୋଇଛି ଗୁଳିକାଣ୍ଡ ହୋଇଛି । ପୂର୍ବ ବିବାଦକୁ ନେଇ ଗୁଳିକାଣ୍ଡ ହୋଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଯୋଡlବନ୍ଧ ନିକଟରେ ଯୁବକଙ୍କୁ ଗୁଳିମାଡ଼ l ଯୁବକ ଜଣଙ୍କ ହେଲେ ସରlବାଡି ଗାଁର ଜୟସେନ ପ୍ରଧାନ l ଯୁବକ ଜଣଙ୍କ କୌଣସି କାମରେ ଯୋଡବନ୍ଧ ଯାଇଥିବା ବେଳେ ତିନି ଜଣ ଯୁବକ ବାଇକରେ ଆସି ଗୁଳି କାଣ୍ଡ କରିଥିବା ସୂଚନା ରହିଛି l ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ଆସିକା ମେଡିକାଲ ଓ ପରେ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଛି l ଗୁରୁତର ଯୁବକଙ୍କ ପେଟରେ ଓ ଗୋଡ଼ରେ ୨ଟି ଗୁଳି ବାଜିଥିବା ସୂଚନା ରହିଛି l ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି l ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ଘଟିଥିବା ଅନୁମାନ କରାଯାଇଛି ।

Also Read:-ଉଡ଼ାଣ ପୂର୍ବରୁ ଅଘଟଣ, ଦିଲ୍ଲୀ ହୋଟେଲରେ ଏୟାର ଇଣ୍ଡିଆ ପାଇଲଟ୍‌ଙ୍କ ସନ୍ଦେହଜନକ ମୃତ୍ୟୁ

ତେବେ ଭଗବାନଙ୍କ ଅଟୋକୁ କିଏ ପୋଡ଼ିଥିଲା...? ଜୟସେନ ପ୍ରଧାନଙ୍କୁ କାହିଁକି ଗୁଳିମାଡ଼ ହେଲା ? ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜରୁରୀକାଳୀନ ୱାର୍ଡରୁ ଆଇସିୟୁକୁ ଷ୍ଟ୍ରେଚରରେ ସ୍ଥାନାନ୍ତରିତ କରାଯାଇଛି।