ନୂଆଦିଲ୍ଲୀ ୧୬।୦୪; ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତୀର୍ଥଯାତ୍ରୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲରେ ଭୟଙ୍କର ଦୁର୍ଘଟଣା ଘଟିଛି । ବୋଲେରୋକୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ୧୦-୧୨ ଆହତ ହୋଇଥିବା ନେଇ ସୂଚନା ମିଳିଛି । ମୃତକମାନେ କର୍ଣ୍ଣାଟକ ଚିକ୍କାମାଗାଲୁରୁ ଅଞ୍ଚଳରେ ତୀର୍ଥଯାତ୍ରୀ ହୋଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ମୃତକମାନେ ସମସ୍ତେ କର୍ଣ୍ଣାଟକର ଚିକ୍କାବଲ୍ଲପୁରର ବାସିନ୍ଦା । ଦୁର୍ଘଟଣା ଘଟିବା ସମୟରେ ଶ୍ରଦ୍ଧାଳୁମାନ ଏକ ବୋଲେରୋ ଗାଡ଼ିରେ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ବିପରୀତ ଦିଗରୁ ଆସୁଥିବା ସିମେଣ୍ଟ ଏବଂ ପଥର ବୋଝେଇ ଲରି କଲ୍ଲୁଦେଭାକୁଣ୍ଟା ନିକଟରେ ବୋଲେରୋ ସହିତ ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା, ଅନ୍ୟ ଦୁଇଜଣ ପରେ ପରେ ଆଖି ବୁଜିଥିଲେ ।

ଦୁର୍ଘଟଣାରେ ବୋଲେରୋଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ଯାଇଥିଲା । କିଛି ଲୋକ ଗାଡ଼ି ଭିତରେ ଗୁରୁତର ଭାବରେ ଫସି ରହିଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣାରେ ଆହତ ୧୩ ଜଣ ତୀର୍ଥଯାତ୍ରୀଙ୍କୁ ତୁରନ୍ତ ଆମିଗାନୁର ଏବଂ କୁର୍ଣ୍ଣୁଲର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କର ଚିକିତ୍ସା ଚାଲିଛି । ଏହି ଘଟଣା ଯୋଗୁଁ ରାସ୍ତାରେ ଯାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ମୃତକଙ୍କ ପରିବାରବର୍ଗ ସ୍ତବ୍ଧ । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯିବ। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କ୍ଷତିଗ୍ରସ୍ତ ଗାଡ଼ିର ଭଗ୍ନାବଶେଷ ରାସ୍ତାରୁ ହଟାଇବା ଆରମ୍ଭ ହୋଇଛି ।

Also Read- ଆଜିଠୁ ଡିଜିଟାଲ ଜନଗଣନା, ଘରକୁ ଘର ବୁଲି ପଚାରିବେ ୩୩ ପ୍ରଶ୍ନ