LIVE TV

ଲଘୁଚାପ ଉଜାଡ଼ି ଦେଲା ଚାଷ, କୀଟନାଶକ ପିଇଦେଲେ ଚାଷୀ

NEWS7
mohana

ମୋହନା ୦୫।୧୦ : ଲଘୁଚାପ ଉଜାଡ଼ି ଦେଲା ପରିବା ଚାଷ । ଏହାକୁ ସହ୍ୟ କରିନପାରି କୀଟନାଶକ ପିଇଦେଲେ ଚାଷୀ । ଗୁରୁତର ଚାଷୀଙ୍କ ନାମ ଲକ୍ଷ୍ମଣ ନାୟକ ବୋଲି ଜଣାପଡିଛି । ଗଜପତି ଜିଲ୍ଲା ମୋହନା ଥାନା ପ୍ରତାପପୁର ଗାଁରେ ଘଟିଛି ଏଭଳି ଘଟଣା।

ଖବର ଅନୁଯାୟୀ, ଲକ୍ଷ୍ମଣ ଗାଁ ଠାରୁ ପ୍ରାୟ ଦେଢ କିଲୋମିଟିର ଦୂରରେ ଥିବା ଜମିରେ ବନ୍ଧା କୋବି, ଫୁଲ କୋବି ଆଦି ପରିବା ଚାଷ ସହ ମକା ଚାଷ ବି କରିଥିଲେ । ଗତ ଲଘୁଚାପ ବର୍ଷାରେ ଫସଲ ଧୋଇଯାଇ ନଷ୍ଟ ହୋଇଯାଇଛି । ଶେଷରେ ରବିବାର ସକାଳେ ନିଜ ପୁତୁରା ସହ ଫସଲ ଦେଖିବା ପାଇଁ ଜମିକୁ ଯାଇଥିଲେ ଲକ୍ଷ୍ମଣ । ସେଠାରେ ଫସଲ ନଷ୍ଟ ହୋଇଥିଲେ ଦେଖିଥିଲେ । ଏହାପରେ ଘରକୁ ଆସି କୀଟନାଯକ ପିଇ ଦେଇଥିଲେ ବୋଲି ପରିବାର ଲୋକ କହିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଡାକ୍ତର କହିଛନ୍ତି । ମୋହନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି । ​​​