ନୂଆଦିଲ୍ଲୀ: ଦୁଇ ଦିନିଆ ବ୍ରିକସ୍ ସମ୍ମିଳନୀ ଉଦଯାପିତ ହୋଇଛି। ସମ୍ମିଳନୀରେ ଯୋଗ ଦେବା ପରେ ଚୀନ୍ ରାଷ୍ଚ୍ରପତି ଜିନପିଙ୍ଗ ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ନିଜନିଜ ଦେଶକୁ ଫେରିଗଲେଣି। ଅନ୍ୟ ଦେଶର ଅତିଥି ଏବେ ଫେରିବାକୁ ପ୍ରସ୍ତୁତି କରୁଛନ୍ତି। ଏଥି ମଧ୍ୟରେ ସମ୍ମିଳନୀର ସଫଳତାକୁ ନେଇ ଏକ୍ସପର୍ଟମାନଙ୍କ ରାୟ ସାମ୍ନାକୁ ଆସିଛି। ଏକ୍ସପର୍ଟମାନେ ସ୍ୱୀକାର କରିଛନ୍ତି ଯେ ‘ନୂଆ ଦିଲ୍ଲୀ ଡିକ୍ଲାରେସନ’ ମତପାର୍ଥକ୍ୟ ଓ ଜିଓ ପଲିଟିକ୍ସ ବିରୋଧାଭାସ ସତ୍ତ୍ୱେ ଅଲଗା ଅଲଗା ସଦସ୍ୟ ଦେଶଙ୍କୁ ଏକାଠି ଆଣିବା ଭାରତୀୟ ଡିପ୍ଲୋମାସୀର ସଫଳତାକୁ ପ୍ରଦର୍ଶିତ କରୁଛି।

ଓ.ପି.ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିରେ ଜିନ୍ଦଲ ସ୍କୁଲ ଅଫ ଇଣ୍ଟରନ୍ୟାସନାଲ ଆଫାୟାର୍ସର ଡିନ୍ ପ୍ରଫେସର (ଡ)ଶ୍ରୀରାମ ଚୌଲିୟା ଏହି ଫଳାଫଳକୁ ଭାରତର ଡିପ୍ଲୋମାସୀ ଓ ମଲ୍ଟିଲେଟରାଲ ଏନଗେଜମେଣ୍ଟ ଲାଗି ଏକ ଉଲ୍ଲେଖନୀୟ ସଫଳତା ବୋଲି କହିଛନ୍ତି। ଚୌଲିଆ କହିଛନ୍ତି ଯେ ଉଲ୍ଲେଖନୀୟ ଫଳାଫଳ ସାମ୍ନାକୁ ଆସିଛି। ଏହା ଭାରତୀୟ କୂଟନୀତି, ଆମର ମଲ୍ଟି ଲେଟରାଲ ସ୍କିଲସ୍ ଓ ଅଲଗା ଅଲଗା ସଦସ୍ୟ ଦେଶଙ୍କ ମଧ୍ୟରେ ଥିବା ବିରୋଧାଭାସକୁ ମ୍ୟାନେଜ କରିବାରେ ସକ୍ଷମ ହେବାରେ ଏକ ସଫଳତା। ଆମେ ସେମନଙ୍କୁ ଏକ ମିଳିତ ମିନିମମ କମନ ଡିନୋମିନେଟରରେ ଏକ ସାଙ୍ଗରେ ଆଣି ପାରିବା ବୋଲି କହିଛନ୍ତି।

ସେହିପରି ସେ କହିଛନ୍ତି ଯେ ବ୍ରିକସ୍ ବଢିଲେ ସଦସ୍ୟଙ୍କ ମଧ୍ୟରେ ମତପାର୍ଥକ୍ୟ ବଢିବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ଭାରତ ଏହି ସମୂହଙ୍କ ବିବିଧତାକୁ ଲାଭରେ ପରିବର୍ତ୍ତିତ କରିବାରେ ସଫଳ ହୋଇଛି। ସେ କହିଛନ୍ତି ଯେ ସାଧାରଣତଃ ଆମେ ଭାବୁଛେ ଯେ ଏହା ଯେତେ ଯେତେ ସମ୍ପ୍ରସାରିତ ହେବ ମତପାର୍ଥକ୍ୟ ଓ ଭାଗବଣ୍ଟା ବଢିବ । ବିବିଧତା ଯୋଗୁ ମତପାର୍ଥକ୍ୟ ଓ ଅସନ୍ତୋଷ ହୋଇ ପାରେ। ହେଲେ ଭାରତ ଏହି ଦୁର୍ବଳତାକୁ ତାକତରେ ପରିବର୍ତ୍ତିତ କରିଛି। ଚୌଲିୟା କହିଛନ୍ତି ଯେ ଏହି ଉପାୟ ଖାସ କରି ବିବାଦୀୟ ଓ ଜିୟୋ ପଲିଟାକାଲ ପ୍ରସଙ୍ଗର ଡିକ୍ଲାରେସନରେ ସ୍ପଷ୍ଟ ଦେଖା ଯାଉଛି।

ଚୌଲିୟା କହିଛନ୍ତି ଯେ ନିବେଶ ଆମର ଆବଶ୍ୟକତା, ଆମକୁ ସବୁଆଡେ ଏକ ସମ୍ପ୍ରସାରିତ ଇକୋନମୀର ଆବଶ୍ୟକତା ରହିଛି ଓ ଆମକୁ ଆଫ୍ରିକା ଏବଂ ବାକି ବିଶ୍ୱ ଲାଗି ନିଜ ଦେଶରେ ସ୍ଥିରତା କାୟମ ରଖିବାକୁ ଏକ ସଫାସୁତୁରା ରାସ୍ତା ତିଆରି କରିବାକୁ ହେବ। ହ୍ୟୁମାନ ଟ୍ରାଫିଙ୍ଗ ମଧ୍ୟ ଏହି ପ୍ରସଙ୍ଗ ମଧ୍ୟରୁ ଏକ ଥିଲା, ଯାହା ଉପରେ ଆଲୋଚନା ହୋଇଛି। କାରଣ ଏହି କଥାର ପ୍ରଭାବ ହ୍ୟୁମାନ ରାଇଟସ୍ ଉପରେ ପଡିଥାଏ, ଯାହାର ସବୁଦିନ ଉଲ୍ଲଂଘନ ହେଉଛି। ଏବେ ଏହି ଡିକ୍ଲାରେସନକୁ ଲାଗୁ କରିବା ଓ ଏହା ଉପରେ କାମ କରିବାର ଆବଶ୍ୟକତା ରହିଛି। ଅସଲରେ ଏହି ଡିକ୍ଲାରେସନ ଏକ ୱାର୍କ ଇନ ପ୍ରୋଗ୍ରେସ ଅଟେ। ଏହାକୁ ଲାଗୁ କରିବା ଜରୁରି, ନଚେତ ଏହା କେବେ ହେବ ଏହାର କୌଣସି ନିର୍ଦ୍ଧିଷ୍ଟ ଟାଇମଲାଇ ନାହିଁ। ତେବେ ଏହା ଏପରି ପ୍ରସଙ୍ଗ ଯାହାକୁ ସାରା ବିଶ୍ୱ ଏବେ ସମ୍ମୁଖୀନ ହେଉଛି ବୋଲି ଆଫ୍ରିକୀୟ ଜନର୍ଣ୍ଣାଲିଷ୍ଟ ସିୟାବୋଙ୍ଗା ଗୁଡମ୍ୟାନ ମାଡୋଣ୍ଡୋ କହିଛନ୍ତି।