ସୁବର୍ଣ୍ଣପୁର ୨୭।୩: ମୃତଦେହ ଧରି ଆସୁଥିଲା କାର୍ । ଦୁର୍ଘଟଣାରେ ଚାକିରିରେ ଯୋଗଦେବା ପାଇଁ ଯାଉଥିବା ଅବକାରୀ ସବ୍‌ ଇନ୍ସପେକ୍ଟର ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସମ୍ବଲପୁର ମୁଖ୍ୟ ରାସ୍ତାର ଏସପତ୍ରାପାଲି ଠାରେ କାର୍ ଏବଂ ବୁଲେଟ୍ ମଧ୍ୟରେ ମୁହାଁମୁହି ଧକ୍କା ହୋଇଥିଲା l

ସମ୍ବଲପୁର ପଟରୁ କାର୍‌ରେ ମୃତଦେହ ଧରି ଘରକୁ ଫେରୁଥିବା ସମୟରେ ଉଲୁଣ୍ଡା ପଟରୁ ଯାଉଥିବା ଏକ ବୁଲେଟ୍ ଗାଡ଼ିରେ ସମ୍ବଲପୁରକୁ ଚାକିରିରେ ଯୋଗ ଦେବାପାଇଁ ଯାଉଥିବା ଅବକାରୀ ସବ୍‌ ଇନ୍ସପେକ୍ଟରଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ବଲାଙ୍ଗିର ଜିଲ୍ଲାର ଅବକାରୀ ସବ୍ ଇନ୍ସପେକ୍ଟର  ଦୟାନିଧି ବାରିକ ବୋଲି ଜଣାପଡିଛି l

​​​​​​​Also Read:- ଶ୍ରୀରାମ ନବମୀରେ ଅଘଟଣ : ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଶ୍ରମିକଙ୍କ ମୃତ୍ୟୁ, ପୁରୀରେ ସ୍ନାନ ବେଳେ ଯୁବକ ନିଖୋଜ

ଦୟାନିଧି ପୂର୍ବରୁ ରାଉରକେଲା ଠାରେ ଅବକାରୀ ସବ୍ ଇନ୍ସପେକ୍ଟର  ଭାବରେ କାମ କରୁଥିବା ବେଳେ କିଛି ଦିନ ହେବ ତାଙ୍କୁ ସମ୍ବଲପୁରକୁ ବଦଳି ହୋଇଥିଲା l ସେ ସମ୍ବଲପୁରକୁ ଚାକିରିରେ ଯୋଗଦେବା ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି l ଉଭୟ ଗାଡି ରାସ୍ତା ତଲକୁ ଚାଲି ଯାଇଥିବା ବେଳେ ବୁଲେଟରେ ଥିବା ଅବକାରୀ ସବ୍ ଇନ୍ସପେକ୍ଟର ଗୁରୁତର ହୋଇଥିବା ଜଣାପଡିଛି l ଘଟଣାସ୍ଥଳରୁ ବୁଲେଟରେ ଥିବା ଅବକାରୀ ସବ୍ ଇନ୍ସପେକ୍ଟରଙ୍କୁ ଉଦ୍ଧାରକରି ଉଲୁଣ୍ଡା ଡାକ୍ତରଖାନାକୁ ଆଣିବା ପରେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଛି l