ନୂଆଦିଲ୍ଲୀ,|୦୭:ଐତିହାସିକ ଲର୍ଡସ୍ ଷ୍ଟାଡିୟମରେ ରବିବାର ମହିଳା ଟି-ଟ୍ରେଣ୍ଟି ବିଶ୍ୱକପର ଫାଇନାଲ୍ ମୁକାବିଲା ଖେଳାଯିବ। ଦୁଇ ପାରମ୍ପରିକ ପ୍ରତିଦ୍ଵଦ୍ୱୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସାମ୍ନା ସାମ୍ନି ହେବେ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ। ଅଷ୍ଟ୍ରେଲିଆ ସପ୍ତମ ଏବଂ ଇଂଲଣ୍ଡ ଦ୍ଵିତୀୟ ଟାଇଟଲ୍ ଲକ୍ଷ୍ୟରେ ରହିଛି।

ଟି୨୦ ବିଶ୍ୱକପର ପ୍ରଥମ ସଂସ୍କରଣର (୨୦୦୯) ଫାଇନାଲ୍ ମ୍ୟାଚ୍ ଲର୍ଡସରେ ଖେଳାଯାଇଥିଲା। ଇଂଲଣ୍ଡ ୬ ୱିକେଟ୍ରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ୍ ହୋଇଥିଲା । ଏଥିର ଦଳ ଟ୍ରଫି ଉଠାଇବାକୁ ସବୁ ଶକ୍ତି ଖଟାଇବ। ଚଳିତ ସଂସ୍କରଣରେ ଉଭୟ ଦଳ ଅପରାଜେୟ ରହି ଫାଇନାଲରେ ପ୍ରବେଶ କରିଛନ୍ତି। ତେଣୁ ମ୍ୟାଚ୍ ଫଳାଫଳ ଆକଳନ କରିବା ମୁସ୍କିଲ ।

ଉଭୟ ଦଳରେ ଏକାଧୂକ ତାରକା ଖେଳାଳି ରହିଛନ୍ତି । ରବିବାର ଇଂଲଣ୍ଡର ନାତାଲି ସ୍କିଭର-ବ୍ରଣ୍ଟ, ଡାନି ୱାଟ-ହଜ୍ ଏବଂ ଅଷ୍ଟ୍ରେଲିଆର ଆସଲି ଗାର୍ଡନର ଓ ଏଲିସ୍ ପେରୀଙ୍କ ଉପରେ ସମସ୍ତଙ୍କ ନଜର ରହିବ।