ଚଳନ୍ତା ରେଳଗାଡ଼ିରୁ ଅଲଗା ହୋଇ ତିନି କିଲୋମିଟର ପଳାଇଲା ଇଞ୍ଜିନ, ଟଳିଗଲା ବଡ଼ ବିପଦ

Published By : Prameya-News7 Bureau | May 05, 2024 IST

livehindustan

ଚଣ୍ଡିଗଡ଼: ପଞ୍ଜାବରେ ପୁଣି ଥରେ ରେଲଓ୍ବେର ଏକ ବଡ଼ ଅବହେଳା ସାମ୍‌ନାକୁ ଆସିଛି। ଲୁଧିଆନାର ଖନ୍ନାରେ ଅର୍ଚ୍ଚନା ଏକ୍ସପ୍ରେସର ଇଞ୍ଜିନ ବଗି ଠାରୁ  ଅଲଗା ହୋଇ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ପଳାଇଯାଇଥିଲା।ସୌଭାଗ୍ୟବଶତଃ ଏଥିରେ କୌଣସି କ୍ଷତି ହୋଇନାହିଁ।ଟ୍ରାକ୍‌ରେ କାମ କରୁଥିବା କି-ମ୍ୟାନ ଚିତ୍କାର କରି ଡ୍ରାଇଭରଙ୍କୁ ଏହାର ସୂଚନା ଦେଇଥିଲେ। ଏହା ପରେ ଡ୍ରାଇଭର ଇଞ୍ଜିନକୁ ପୁଣି ପଛକୁ ଆଣି ବଗି ସହ ଯୋଡ଼ିଥିଲେ। 

ସୂଚନାଥାଉକି, ଇଞ୍ଜିନ ଆଗକୁ ଚାଲିଯିବା କାରଣରୁ ଟ୍ରେନ୍‌ ଖନ୍ନାରେ ହିଁ ଅଟକି ରହିଥିଲା। ବଡ଼କଥା ହେଉଛି ଯେଉଁ ଟ୍ରାକରେ ବଗି ଛିଡ଼ା ହୋଇଥିଲା, ସେହି ସମୟରେ ଟ୍ରାକ୍‌ରେ ଅନ୍ୟ କୌଣସି ଟ୍ରେନ୍‌ ଆସୁନଥିଲା। ନହେଲେ ହୁଏତ ହଜାର ହଜାର ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥାନ୍ତା। ଟ୍ରେନ୍‌ରେ ପ୍ରାୟ ଅଢ଼େଇ ହଜାର ଯାତ୍ରୀ ଥିଲେ। 

ସୂଚନା ଅନୁଯାୟୀ, ଅର୍ଚ୍ଚନା ଏକ୍ସପ୍ରେସ୍‌ ପାଟନାରୁ ଜମ୍ମୁ ଯାଉଥିଲେ। ସରହିନ୍ଦ ଜଙ୍କସନରେ ଗାଡ଼ିର ଇଞ୍ଜିନ ବଦଳା ଯାଇଥିଲା। ଏହା ପରେ ଖନ୍ନାରେ ଇଞ୍ଜନ ଖୋଲିଯାଇଥିଲା।ଆଉ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ଚାଲିଯାଇଥିଲା। ସକାଳ ୯ ଟା ୨୦ ମିନିଟରେ ହୋଇଥିଲା। ଟ୍ରାକ୍‌ରେ କାମ କରୁଥିବା କି ମ୍ୟାନ ଡ୍ରାଇଭରଙ୍କୁ ଚିତ୍କାର କରି ଏହାର ସୂଚନା ଦେଇଥିଲେ।

ଏହା ପରେ ଡ୍ରାଇଭର ଇଞ୍ଜିନ ବନ୍ଦ କରିଥିଲେ। ରେଲଓ୍ବେ ଅଧିକାରୀଙ୍କୁ ଏସମ୍ପର୍କରେ ସୂଚନା ଦିଆଯାଇଥିଲା। ଡ୍ରାଇଭର ଇଞ୍ଜିନ ପୁଣି ପଛକୁ ଆଣିଥିଲେ ଆଉ ତାହାକୁ ଟ୍ରେନ୍‌ ସହ ଯୋଡ଼ିଥିଲେ। ଏହି ଦୁର୍ଘଟଣା ଫଳରେ ରେଲଓ୍ବେ ଅଧିକାରୀଙ୍କ ମଧ୍ୟରେ ହଇଚଇ ଦେଖିବାକୁ ମିଳିଥିଲା। କୁହାଯାଉଛି ଯେ, ବକ୍ସ ଏବଂ ଇଞ୍ଜିନ ମଧ୍ୟରେ କ୍ଲାମ୍ପ ଭାଙ୍ଗିଯାଇଥିଲା, ଫଳରେ ଇଞ୍ଜିନ୍‌ ଅଲଗା ହୋଇଯାଇଥିଲା। ରେଲଓ୍ବେ ଏହାର ଯାଞ୍ଚ କରୁଛି। ଏହି ଘଟଣାରେ ଯାତ୍ରୀ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ। 

  • Punjab
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.