LIVE TV

ଦିନ ପରେ ଦିନ ବିତିଗଲା, ତଥାପି କୋଳେଇଲାନି ମା': କପିଳାସ ଗଲା ଗୋଠ ଛଡା ହାତୀ ଛୁଆ

NEWS7
elephant

ଆଠମଲ୍ଲିକ ୨୬/୦୯: ସରିଲା ଅପେକ୍ଷା । ଏବେ ବାହୁଡିବାର ବେଳ । ହେଲେ ମାଆ ପାଖକୁ ନୁହେଁ । ଯାଉଛି ନୂଆ ଗନ୍ତବ୍ୟସ୍ଥଳ । ଇଚ୍ଛା ନଥିଲେ ବି ଯାଉଛି ଜଙ୍ଗଲ । କେତେ ଆଉ ଅନେଇବି । ଯିଏ ଜନ୍ମ କଲା, ସେତ ପରକଲା । ତା କୋଳରୁ ମୋତେ ହତାଦାର କଲା । କାହାକୁ କହିବି ଦୁଃଖ । ଏ କୌଣସି ବ୍ୟକ୍ତିର କଥା ନୁହେଁ । ବରଂ ଜଣେ କଥା କହି ପାରୁନଥିବା ପଶୁର କଥା । କଥା କହିପାରୁନଥିଲେ ମନରେ ତାର ପ୍ରବଳ କୋହ । ତଥାପି ସେ ପରିସ୍ଥିତିର ଦାସ ।

ଆଜ୍ଞା ହଁ ଆମେ କହୁଛୁ ସେହି ହାତୀ ଛୁଆ କଥା ଯାହାକୁ ଛାଡି ଚାଲିଯାଇଥିଲା ମାଆ । ଗତ ୧୨ ତାରିଖରୁ ଆଠମଲ୍ଲିକ ବନଖଣ୍ଡ ଗଙ୍ଗପାଣି ଜଙ୍ଗଲରୁ ଗୋଠା ଛଡା ହାତୀଛୁଆକୁ ପଠାଇ ଦିଆଯାଇଛି ଢେଙ୍କାନାଳ କପିଳାସ । ମା କୋଳ ଓ ଜଙ୍ଗଲ ଛାଡି ହାତୀ ଛୁଆ ଯାଇଛି କପିଳାସ । ଆଠମଲ୍ଲିକ ରେଞ୍ଜର ଅଫିସ ପରିସରରୁ ହାତୀ ଛୁଆକୁ ବିଦାୟ ଦେବାର ସମୟ ବନ କର୍ମଚାରୀ ମାନଙ୍କ ପାଇଁ ଥିଲା ଦୁଃଖଦାୟକ ।

ଆଠମଲ୍ଲିକ ଭାର ପ୍ରାପ୍ତ ରେଞ୍ଜର ସୁନୀଲ କୁମାର ସାହୁ ଓ ବନ କର୍ମଚାରୀ ଦୀଘ ୧୪ ଦିନ ହେଲା ହାତୀ ଛୁଆ ସହିତ ମିଶି ଯାଇଥିଲେ । ଦେଖା ଶୁଣା କରୁଥିବା କର୍ମଚାରୀ ହାତୀ ଛୁଆକୁ କପିଳାରୁ ଆସିଥିବା ରାପିଡ଼ ରକ୍ସନ ଟିମକୁ ହାତୀ ଛୁଆକୁ ହସ୍ତାନ୍ତର କରିବା ସମୟରେ ବହୁତ ଦୁଃଖରେ ଥିବାର ଦେଖିବାକୁ ମିଳିଥିଲା ।

ରେଞ୍ଜର ଓ ରାପିଡ଼ ରକ୍ସନ ଟିମରେ ଆସିଥିବା ପଶୁ ଚିକିତ୍ସକ ପ୍ରକାଶ କରିଛନ୍ତି ହାତୀ ଛୁଆ ଅବସ୍ଥା ଭଲ ରହିଛି । କଣ ଖାଇବାର ଥିଲା, କେତେ ସମୟ ପରେ ଖାଇବାର ଥିଲା,,ପ୍ରତ୍ୟେକ ଦିନ ମନିଟରିଙ୍ଗ କରା ଯାଉଥିଲା । ଏବେ କପିଳାସରେ ଚାରିଟା ହାତୀ ଛୁଆ ଅଛନ୍ତି । ଏହି ଛୁଆ ଗଲେ ତାଙ୍କ ସହିତ ମିଶି ରହିବ ବୋଲି ସେ କହିଛନ୍ତି ।

​​​​​​​

ସୂଚନା ଥାଉକି, ପଞ୍ଚଧାରା ପାହାଡ଼ରୁ ଏକ ହାତୀପଲ କୁସୁମ କୁହୁରି ଅଞ୍ଚଳକୁ ଚାଲିଆସିଥିଲେ । ବିଳମ୍ୱିତ ରାତିରେ ସେମାନେ ଜଙ୍ଗଲ ଆଡକୁ ଫେରୁଥିବା ବେଳେ ସେମାନଙ୍କ ସହିତ ଥିବା ଏକ ନବଜାତ ହାତୀ ସେଠାରେ ଥିବା ଏକ କେନାଲରେ ପଡିଯାଇଥିଲା। ସକାଳେ କିଛି ଚାଷୀ ହାତୀ ଛୁଆଟିକୁ ଏଭଳି ଅବସ୍ଥାରେ ଦେଖି କେନାଲରୁ ଉଦ୍ଧାର କରିଥିଲେ ଆଉ ବନ ବିଭାଗକୁ ସୂଚନା ଦେଇଥିଲେ। ବନ ବିଭାଗ ପ୍ରାଣୀ ଚିକିତ୍ସା ବିଭାଗ ସହିତ ଘଟଣା ସ୍ଥଳରେ ପହଞ୍ଚି ଶିଶୁ ହାତୀଟିକୁ ନିଜ ହେପାଜତକୁ ନେଇଥିଲା ।

ହାତୀ ଛୁଆଟିର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ସମୟରେ ତା’ର ଜନ୍ମ ମାତ୍ର ୧୫ରୁ ୨୦ଦିନ ହେବ ବୋଲି ଜଣାପଡିଥିଲାଥିଲା । ତା’ର ପ୍ରାଥମିକ ଚିକିତ୍ସା ପରେ, ତା ମା ନିକଟକୁ ଫେରିଯିବା ଆଶାରେ ତାକୁ ଜଙ୍ଗଲରେ ଏକ ବ୍ୟାରିକେଡ୍ କରି ଛଡ଼ା ଯାଇଥିଲା । ତେବେ ମଣିଷ ଦ୍ୱାରା ଉଦ୍ଧାର ବେଳେ ଶାବକ ହାତୀ ଦେହରେ କିଛି ଭିନ୍ନ ବାସ୍ନା ପାଇ ତାକୁ ଛାଡି ଜଙ୍ଗଲକୁ ଫେରିଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।