ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେସନ (ଆରକମ୍) ବିରୋଧରେ ଜାରି ପ୍ରିଭେନସନ ଅଫ ମନିଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ) ମାମଲାରେ ଏକ ସପ୍ଲିମେଣ୍ଟ୍ରି କମ୍ପ୍ଲିଆଣ୍ଟ (ଅତିରିକ୍ତ ଅଭିଯୋଗ) ରୁଜୁ କରିଛି। ଇଡି ରବିବାର ଏହି ସୂଚନା ଦେଇଛନ୍ତି। ଯାଞ୍ଚ ଏଜେନ୍ସୀ କହିଛନ୍ତି ଯେ ୨୭ ମାର୍ଚ୍ଚରେ ପ୍ରାରମ୍ଭିକ ପ୍ରସିକ୍ୟୁସନ କମ୍ପ୍ଲେଣ୍ଟ ବାଦେ ଶନିବାର ଏକ ସପ୍ଲିମେଣ୍ଟ୍ରି ପ୍ରୋସିକ୍ୟୁସନ କମ୍ପ୍ଲିଆଣ୍ଟ ରୁଜୁ ହୋଇଛି।

ଇଡି ବୟାନରେ କୁହାଯାଇଛି ଯେ ଆରକମ, ରିଲାଏନ୍ଟ ଟେଲିକମ ଲମିଟେଡ(ଆରଟିଏଲ), ଗୌତମ ଭାଇଲାଲ ଦୋଷୀ, ସତୀଶ ସେଠ, ଅମିତାଭ ଝୁନଝୁନୱାଲା ଓ ଅନ୍ୟମାନଙ୍କୁ ପିଏମଏଲଏ, ୨୦୦୨ ଧାରା ୪ରେ ଦଣ୍ଡିନୀୟ ଅପରାଧ ଖାସ କରି ଧାରା ୩ ଓ ଧାରା ୭୦ ଅନୁସାରେ ଅଭିଯୁକ୍ତ କରାଯାଇଛି। ଏହି ଅପରାଧରେ ହୋଇଥିବା ଆୟର ମୂଲ୍ୟ ୪୦,୧୮୫.୫୫ କୋଟି ଟଙ୍କା ଆକଳନ କରାଯାଇଛି। ଏହା ସେହି ମୋଟ ବକେୟା ରାଶି ଯାହା କମ୍ପାନୀ, ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ ଓ ବଣ୍ଡ ହୋଲ୍ଡର ସମୂହଙ୍କଠୁ ଉଧାର ନିଆଯାଇଥିଲା ଓ ପୈଠ କରାଯାଇ ନାହିଁ।

ପାଣ୍ଠି ସଂଗ୍ରହ କରିବା, ଉପଯୋଗ କରିବା, ଲୁଚାଇବା ଓ ଦେଖାଇବାରେ ଅଭିଯୁକ୍ତମାନଙ୍କର ଅଲଗା ଅଲଗା ଭୂମିକା ଚିହ୍ନଟ କରାଯାଇଛି। ଏଥିରେ ଫରେନ କରେନ୍ସୀ କନଭର୍ଟିବଲ ବଣ୍ଡ (ଏଫସିସିବି) ମାଧ୍ୟରେ ସଂଗ୍ରହ କରାଯାଇଥିବା ୧ ବିଲିୟନ ଡଲାର ଚୂଡାନ୍ତ ଉପଯୋଗ ସମ୍ପର୍କରେ ମିଥ୍ୟା ସାର୍ଟିଫିକେଟ ଜମା କରିବା ମଧ୍ୟ ସାମିଲ ରହିଛି। ଏଣୁ ଇଡି ୮,୦୭୮.୦୬କୋଟିର ସେହି ସମ୍ପତ୍ତି ଜବତ କରିବାକୁ ଅନୁରୋଧ କରିଛି ଯାହାକୁ ପୂର୍ବରୁ ଏଡଜୁଡିକେଟିଂ ଅଥରିଟି ଆଟାଚ୍ କରିବାକୁ କନଫର୍ମ କରିଥିଲେ। ଏହି ସମ୍ପତ୍ତିରେ ନୂଆଦିଲ୍ଲୀ, ନଭିମୁମ୍ବାଇ, ଭୁବନେଶ୍ୱର, ଚେନ୍ନାଇ ଓ ପୁଣେରେ ଥିବା ଲିଜହୋଲ୍ଡ ଏବଂ ଅଚଳ ସମ୍ପତ୍ତି ମଧ୍ୟ ରହିଛି।

ଏହି ଇସିଆଇଆର ଅନୁସାରେ ଅଭିଯୁକ୍ତଙ୍କୁ ଜୁନ ୧୨ ତାରିଖରେ ଓ ସେଠଙ୍କୁ ଜୁଲାଇ ୯ ତାରିଖରେ ଗିରଫ କରାଯାଇଥିଲା। ଉଭୟ ଏବେ ବିଚାରବିଭାଗୀୟ ହାଜତରେ ଅଛନ୍ତି। ଇଡି ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଙ୍କ ଅଭିଯୋଗ ଆଧାରରେ ସିବିଆଇର ବ୍ୟାଙ୍କିଙ୍ଗ ସିକ୍ୟୁରିଟିଜ ଆଣ୍ଡ ଫ୍ରଡ ବ୍ରାଞ୍ଚ ନୂଆଦିଲ୍ଲୀଙ୍କ ଦ୍ୱାରା ରୁଜୁ କେତେକ ଏଫଆଇ ଆଧାରରେ ଯାଞ୍ଚ ଆରମ୍ଭ ହୋଇଛି। ଏହି ମାମଲାଗୁଡିକରେ ଆରକମ, ଆରଟିଏଲ ଓ ରିଲାଏନ୍ସ ଇନଫ୍ରାଟେଲ ଲିମିଟେଡ ଦ୍ୱାରା ବଣ୍ଡ ଆଧାରିତ ଓ ନନ ବଣ୍ଡ ଆଧାରିତ କ୍ରେଡିଟ ସୁବିଧାର ଧୋକାଧଡିରେ ଲାଭ ନେବା ଓ ପରେ ତାଙ୍କ ଫଣ୍ଡକୁ ଅନ୍ୟ ଜାଗାରେ ନିବେଶ ସମ୍ପର୍କିତ ମାମଲା ରହିଛି। ଏହି ଯାଞ୍ଚରେ କେତେକ ପାରସ୍ପରିକ ନେଣଦେଣ ମଧ୍ୟ ସାମିଲ ଅଛି।

ଯାଞ୍ଚରୁ ଜଣାପଡିଛି ଯେ ଏହି ଠକେଇ ସ୍କିମ ଅନେକ ପୂର୍ବରୁ ଅନୁନ୍ୟ ୨୦୦୭ରୁ ଆରମ୍ଭ ହୋଇଥିଲା ଓ ତା ପରେ ମଧ୍ୟ ଅପରାଧିକ ଗତିବିଧିର ଏକ ସିରିଜ ଭାବେ ଜାରି ଥିଲା। ଲୋନରେ ମିଳିଥିବା ଫଣ୍ଡକୁ ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ ଓ ରିଲାଏନ୍ସ କ୍ୟାପିଟାଲ ଲିମିଟେଡ ଭଳି ଗ୍ରୁପ କମ୍ପାନୀକୁ ଟ୍ରାନ୍ସଫର କରିଦିଆଯାଇଥିଲା। ପ୍ରମୋଟରମାନେ ଲୋନରେ ମିଳିଥିବା ରାଶିକୁ ଭାରତ ବାହାରେ ପର୍ସନାଲ ଆସେଟ୍ କ୍ରୟ ଓ ଆରକମ ଲାଭକୁ କୁତ୍ରିମ ରୂପେ ବଢାଇବାକୁ ମଧ୍ୟ ଉପଯୋଗ କରିଥିଲେ। ବୟାନରେ କୁହାଯାଇଛି ଯେ ଏହି ମାମଲାର ପରବର୍ତ୍ତି ଯାଞ୍ଚ ଏବେବି ଜାରି ରହିଛି।