ପାରାଦୀପ: ବନ୍ଧୁକ ମୁନରେ ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ। ଦିନ ଦ୍ବିପ୍ରହରରେ ପଲସର ଗାଡ଼ିରେ ଆସି ବନ୍ଧୁକ ଦେଖାଇ ସୁନା ଲୁଟି ଚମ୍ପଟ ମାରିଲା ଦୁର୍ବୃତ୍ତ। ପାରାଦୀପ ତାରିଣିଗଡ଼ାରେ ଥିବା ଏକ ଜୁଏଲାରୀରୁ ହୋଇଛି ଏହି ଲୁଟ୍ । ଖବର ପାଇ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ, ଶନିବାର ଦ୍ବିପ୍ରହରରେ ପାରାଦୀପ ତାରିଣିଗଡ଼ାରେ ଥିବା ସାଧନା ଜୁଏଲାରୀକୁ ଦୁର୍ବୃତ୍ତ ପଶି ଆସି ଜୁଏଲାରୀରୁ ଦୁଇ ମହିଳା କର୍ମଚାରୀଙ୍କୁ ହଠାତ୍ ବନ୍ଧୁକ ଦେଖାଇ ସୁନା, ଟଙ୍କା ଦେବାକୁ ବାଧ୍ୟ କରି ୨୪ଟି ସୁନା ମୁଦି ନେଇ ଫେରାର ମାରିଛି । ସେପଟେ ଏହି ଘଟଣା ପରେ ସାଧାରଣରେ ଚାଞ୍ଚଲ୍ୟ ଖେଳିଯାଇଛି ।

Also Read: ପୋଲିସ ପଞ୍ଝାରେ ପେସାଦାର ବାଇକ ଚୋର, ୫ ବାଇକ୍ ଜବତ

ପୂର୍ବରୁ ଏହିଭଳି ଘଟଣା ଉଦୟବିହାର ଅଞ୍ଚଳରେ ଜଣେ ମହିଳାଙ୍କୁ ଦୁଇଜଣ ଦୁର୍ବୃତ୍ତ ସମାନ ଢଙ୍ଗରେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ସୁନା ଲୁଟ ଉଦ୍ୟମ କରୁଥିବା ଘଟଣାର ପୋଲିସ କୌଣସି ସନ୍ଧାନ ପାଇପାରିନଥିବା ବେଳେ ପୁଣି ଏଭଳି ଘଟଣାକୁ ନେଇ ଚର୍ଚ୍ଚା ବଢ଼ିଛି। ଘଟଣା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।