ନୂଆଦିଲ୍ଲୀ, ୨୧/୦୮ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ ବିରୋଧରେ ସବୁଠୁ ବଡ଼ ଆର୍ଥକ କାର୍ଯ୍ୟାନୁଷ୍ଠାନର ଧମକ ଦେଇଛନ୍ତି। ସେ କହିଛନ୍ତି ଇରାନ ବୁଝାମଣାର ସୁଯୋଗକୁ ହାତଛଡ଼ା କରିଛି । ଏବେ ଇରାନକୁ ଆର୍ଥକ ଭାବେ ସାରା ବିଶ୍ଵରେ ଏକଘରିକିଆ କରିଦିଆଯିବ। ଏଥିସହ ଟ୍ରମ୍ପ୍ ଇରାନକୁ ସହାୟତା କରୁଥିବା ଦେଶଗୁଡ଼ିକୁ ମଧ୍ୟ ଚେତାବନୀ ଦେଇଛନ୍ତି। ଇରାନକୁ ଆର୍ଥକ ଭାବେ ସହାୟତା କଲେ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ। ସେଥିରେ ବ୍ୟାଙ୍କ, କମ୍ପାନୀ, ବିମାନବନ୍ଦର ଏବଂ ସରକାରୀ ସଂସ୍ଥା ମଧ୍ୟ ସାମିଲ ଅଛି।

Also Read :- ଭାଉଜର ନଗ୍ନ ଫଟୋ ଭାଇରାଲ କରିଦେଲା ଦିଅର ! ରାତିରେ ବାନ୍ଧିଲା ପୋଲିସ

ଟ୍ରମ୍ପ୍ ତୈଳ ଚାଲାଣ ନେଟୱର୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବା ଏବଂ କ୍ୟାଶ୍ ଟ୍ରାନ୍ସଫର, କରେନ୍ସି ଏକ୍ସଚେଞ୍ଜ, ଜାହାଜଗୁଡ଼ିକର ପଞ୍ଜୀକରଣ ଏବଂ ନକଲି କମ୍ପାନୀଗୁଡ଼ିକ ଜରିଆରେ ଇରାନ ପର୍ଯ୍ୟନ୍ତ ପହଞ୍ଚୁଥିବା ସମସ୍ତ ଆର୍ଥକ ସହାୟତାକୁ ରୋକାଯିବ ବୋଲି କହିଛନ୍ତି। ଏଣିକି ଇରାନ ଉପରେ ବଡ଼ ଆର୍ଥିକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ଇରାନର ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବା ସହ ଏହାର ସୈନ୍ୟ ଶକ୍ତିକୁ ମଧ୍ୟ ପ୍ରଭାବିତ କରିବ ବୋଲି ସେ ପ୍ରକାଶ କରିଛନ୍ତି।

ୟୁଏସ୍ ରାଷ୍ଟ୍ରପତି ଦାବି କରିଛନ୍ତି ଯେ, ଇରାନର ନୌସେନା ଏବଂ ବାୟୁସେନାକୁ ଗମ୍ଭୀର କ୍ଷତି ପହଞ୍ଚିଛି। ଏହାର ସାମରିକ କାରଖାନା ନଷ୍ଟ ହୋଇଯାଇଛି। ଇରାନର ମୁଦ୍ରାର ଅବସ୍ଥା ବହୁତ ଖରାପ ଏବଂ ଦେଶ ବଡ଼ ଆର୍ଥିକ ସଙ୍କଟରେ ଅଛି। ଟ୍ରମ୍ପ୍ ନୂଆ ଆର୍ଥିକ କାର୍ଯ୍ୟାନୁଷ୍ଠାନକୁ ‘ଇକୋନୋମିକ ଡି-ଡେ' କହିଛନ୍ତି। ଅନ୍ୟ ଦେଶମାନେ ଇରାନକୁ ସହଯୋଗ ନ କରିବା ଏବଂ ଆମେରିକାର ଏହି ଅଭିଯାନରେ ସାମିଲ ହେବାକୁ ଅପିଲ କରିଛନ୍ତି।

ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି) ବରିଷ୍ଠ ଅଧିକାରୀ ମହମ୍ମଦ ରଜା ନକଦି କହିଛନ୍ତି, ଆମେରିକା ରାଷ୍ଟ୍ରପତିଙ୍କ କଥା ଅପେକ୍ଷା କୌଣସି ଟାକ୍ସି ଡ୍ରାଇଭରଙ୍କ କଥା ଉପରେ ଭରସା କରିହେବ। ଟ୍ରମ୍ପଙ୍କ ଚିନ୍ତାଧାରା ପିଲାଳିଆମୀ। ସେ ଦୂରକୁ ଭାବିପାରନ୍ତିନି। ତାଙ୍କର ଭିନ୍ନ ଭିନ୍ନ ବୟାନରେ ଆମେରିକାର ଛବି ବିଶ୍ୱସ୍ତରରେ ପ୍ରଭାବିତ ହେଉଛି। ଇରାନର ବିଦେଶ ମନ୍ତ୍ରୀ ଅବାସ ଅରାଘାଚି କହିଛନ୍ତି, ଟ୍ରମ୍ପଙ୍କ ନୂଆ ଆର୍ଥକ କାର୍ଯ୍ୟାନୁଷ୍ଠାନ କେବେ ସଫଳ ହୋଇପାରିବନି। କଟକଣା ଇରାନ ଉପରେ କୌଣସି ପ୍ରକାରରେ ବି ଫରକ ପକାଇପାରିବନି।

ବିଶେଷଜ୍ଞଙ୍କ ମତରେ ଆମେରିକାର ନୂଆ କଟକଣାର ସବୁଠୁ ବଡ଼ ପ୍ରଭାବ ଇରାନର ତୈଳ କାରବାର ଏବଂ ଅର୍ଥ ନେଣଦେଣ ଉପରେ ପଡ଼ିପାରେ। ଇରାନର ଆୟର ସବୁଠୁ ବଡ଼ ଭାଗ ତୈଳ ବିକ୍ରିରୁ ଆସିଥାଏ। ଯଦି ଅନ୍ୟ ଦେଶ, ବ୍ୟାଙ୍କ ଏବଂ କମ୍ପାନୀଗୁଡ଼ିକ ଆମେରିକା ଭୟରେ ଇରାନ ସହ କାରବାର କମାଇଦେବେ ତେବେ ଇରାନକୁ ତେଲ ବିକ୍ରି ଏବଂ ବିଦେଶୀ ମୁଦ୍ରା ଗ୍ରହଣ କରିବା କଷ୍ଟକର ହୋଇପଡ଼ିବ ।