ନୂଆଦିଲ୍ଲୀ,୨୦|୦୬:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ପସନ୍ଦର ବିଶ୍ଵନେତା ଭାବେ ଦର୍ଶାଇଛନ୍ତି। ବ୍ୟବସାୟିକ କ୍ଷେତ୍ରରେ ଜିନପିଙ୍ଗ ଓ ଦୃଢ଼ ନେତୃତ୍ବରେ ମୋଦି ସବୁଠୁ ଆଗରେ ବୋଲି ସେ ବୟାନ ରଖିଛନ୍ତି।

ଗୁରୁବାର ‘ଦ ଆକ୍ସିଅସ୍ ଶୋ’ରେ ଟ୍ରମ୍ପ ଏହା ପ୍ରକାଶ କରିଥିଲେ । ସାକ୍ଷାତକାରରେ ତାଙ୍କୁ ତାଙ୍କ ପସନ୍ଦର ବିଶ୍ଵନେତାଙ୍କ ନାମ ପଚରାଯାଇଥିଲା । ୮୦ ବର୍ଷୀୟ ଟ୍ରମ୍ପ ତୁରନ୍ତ ମୋଦି ଏବଂ ଜିନପିଙ୍ଗଙ୍କ ନାମ ନେଇଥିଲେ । ଉଭୟ ନେତାଙ୍କ କାମ କରିବାର ଶୈଳୀ ସଂପର୍କରେ ମଧ୍ୟ ଟ୍ରମ୍ପ ବୁଝାଇଥିଲେ।

Also Read :-ଭାରତକୁ FATFର ଉପାଧ୍ୟକ୍ଷ ପଦ : ପ୍ରଥମ ଥର ପାଇଁ ମିଳିଲା ବଡ ସଫଳତା, ଏବେ ସାବାଡ୍ ହେବେ ଆତଙ୍କବାଦୀ

ସେ କହିଥିଲେ ଯେ, ଜିନପିଙ୍ଗ କେବଳ ନିଜର କାମ ଏବଂ ବ୍ୟବସାୟ ଉପରେ ଧ୍ୟାନ ଦେଇଥାନ୍ତି। ମୋଦି କିନ୍ତୁ ଦେଶର ଲାଭ ଲାଗି ନିଜର ସଂପୂର୍ଣ୍ଣ ଶକ୍ତି ପ୍ରୟୋଗ କରିଥାନ୍ତି । ଶାନ୍ତ ଦେଖାଯାଉଥିବା ମୋଦି ଜଣେ ଦୃଢ଼ ନେତା। ଏହା ପୂର୍ବରୁ ଟ୍ରମ୍ପ ଏବଂ ମୋଦି ଜି-୭ ସମ୍ମିଳନୀ ଅବସରରେ ପରସ୍ପରକୁ ଭେଟିଥିଲେ। ଟ୍ରମ୍ପ ସେଠାରେ ମଧ୍ୟ ମୋଦିଙ୍କୁ ପ୍ରଶଂସା କରିଥିଲେ।