ନୂଆଦିଲ୍ଲୀ: ଭେନେଜୁଏଲାରେ ଆସିଥବା ଦଶନ୍ଧିର ସବୁଠୁ ବଡ଼ ଭୂମିକମ୍ପ ସେଠାରେ ନିଶ୍ଚିହ୍ନ କରିଦେଇଛି ଅନେକ କିଛି । ଭୂମିକମ୍ପ ଯୋଗୁ ନଷ୍ଟ ହୋଇଛି ବ୍ୟାପକ ଧନଜୀବନ । ଭେନେଜୁଏଲାରେ ଚାରିଆଡ଼େ ଏବେ ବିରାଟ ଅଟ୍ଟାଳିକାର ଧ୍ବଂସସ୍ତୁପ। ଏବେବି ଭଗ୍ନାବଶେଷ ତଳୁ ଖୋଜା ଚାଲିଛି ଜୀବନ। ଆଉ ଏସବୁ ଦେଖିବାକୁ ମିଳିଛି ଏକ ଚମତ୍କାର ଘଟଣା । ଲଗାତାର ୮ ଦିନ ଧରି ଧ୍ବଂସସ୍ତୂପ ତଳେ ଦବି ରହିବା ପରେ ଏକ ଜୁକୁରକୁ ଜୀବିତ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଭୂକମ୍ପ ପରେ କୁକୁରଟି ଆବର୍ଜନା ତଳେ ଦବିଯାଇଥିଲା । ଏହି କୁକୁରଟିର ନାଁ ‘ବଡ୍ଡି’। ପ୍ରାରମ୍ଭିକ ଉଦ୍ଧାର କାର୍ଯ୍ୟ ସମୟରେ ଉଦ୍ଧାରକାରୀ ଟିମ୍ କୁକୁରଟିକୁ ଖୋଜିବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇନଥିଲେ। ତଥାପି ଉଦ୍ଧାରକାରୀ ଟିମ୍ ଉଦ୍ଧାର ଅଭିଯାନ ଜାରି ରଖିଥିଲେ ଏବଂ ନିରନ୍ତର ପ୍ରୟାସ ପରେ ପ୍ରାୟ ୮ ଦିନ ପରେ ଭଗ୍ନାବଶେଷ ତଳୁ କୁକୁରକୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଏମିତିରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଜାରି ଉଦ୍ଧାର ଅଭିଯାନ ପରେ କୁକୁରଟି ଜୀବିତ ଉଦ୍ଧାର ହେବା କୌଣସି ଚମତ୍କାରଠୁ କମ୍ ନୁହେଁ ବୋଲି କୁହାଯାଉଛି।

ସୂଚନାଥାଉକି, ଏହି ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ବଢ଼ି ୨,୫୯୫ରେ ପହଞ୍ଚିଛି ଏବଂ ୧୨,୦୦୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ସରକାରୀ ସୂତ୍ର ଅନୁସାରେ ଏବେ ବି ହଜାର ହଜାର ଲୋକ ନିଖୋଜ ଅଛନ୍ତି। ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Also Read: ଭାରତ ବୁଲିବାକୁ ଆସିଥିଲେ, ଇଂଲଣ୍ଡରେ ପହଁଚିଲା ପରେ ମୁଣ୍ଡରେ କୃମି ସାଲୁବାଲୁ : ବାହାର କରିବା ମୁସ୍କିଲ !

ଭୂମିକମ୍ପ ଯୋଗୁ ରାଜଧାନୀ କାରାକାସ ଏବଂ ଉପକୂଳବର୍ତ୍ତୀ ସହର ‘ଲା ଗ୍ୱାଇରା’ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ବହୁ ବଡ଼ ବଡ଼ ସରକାରୀ ବିଲ୍ଡିଂ, ଆବାସିକ କୋଠା ଏବଂ ମଲ୍ ମାଟିରେ ମିଶିଯାଇଛି। ଦେଶରେ ବିଦ୍ୟୁତ ସେବା, ପାନୀୟ ଜଳ ଯୋଗାଣ, ଘରୋଇ ଗ୍ୟାସ୍ ସେବା ଏବଂ ମୋବାଇଲ୍ ନେଟୱର୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ଆନ୍ତର୍ଜାତୀୟ ବିମାନବନ୍ଦର ଏବଂ ପ୍ରାୟ ୩୮ଟି ହସ୍ପିଟାଲ୍ ମଧ୍ୟ ଗମ୍ଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି।