DGCAର ବଡ଼ ଆକ୍ସନ, ଗୋ ଫାର୍ଷ୍ଟ ଏୟାରଲାଇନର ସମସ୍ତ ୫୪ ବିମାନର ରେଜିଷ୍ଟ୍ରେସନ ରଦ୍ଦ

Published By : Prameya-News7 Bureau | May 01, 2024 IST

ନୂଆଦିଲ୍ଲୀ: ଦେବାଳିଆ ପ୍ରକ୍ରିୟାର ସାମନା କରୁଥିବା ଏୟାରଲାଇନ ଗୋ ଫାର୍ଷ୍ଟ ଦ୍ୱାରା ଲିଜରେ ନିଆଯାଇଥିବା ସମସ୍ତ ୫୪ ବିମାନର ରେଜିଷ୍ଟ୍ରେସନକୁ ଡିଜିସିଏ ଶେଷ କରିଛି । କିଛି ଦିନ ପୂର୍ବେ କୋର୍ଟ ବିମାନଗୁଡିକୁ ଭଡ଼ାରେ ଦେଇଥିବା କମ୍ପାନିକୁ ଗୋ ଫାର୍ଷ୍ଟଠାରୁ ନିଜ ବିମାନ ଫେରାଇ ନେବା ପାଇଁ ମଞ୍ଜୁରୀ ଦେଇଥିଲେ ।

ଗତ ବର୍ଷ ମେ ମାସର ଗୋ ଫାର୍ଷ୍ଟ ଆର୍ଥିକ ସଂକଟରେ ଫସିବା ପରେ ଉଡାଣ ପରିଚାଳନା ବନ୍ଦ କରି ଦେଇଥିଲା । ଏହାସହ ଦେବାଳିଆ ପ୍ରକ୍ରିୟାରେ ଯିବା ନେଇ ଘୋଷଣା କରିଥିଲା । ବର୍ତ୍ତମାନ ସମୟରେ କମ୍ପାନି ବିରୋଧରେ ଦେବାଳିଆ ପ୍ରକ୍ରିୟା ଚାଲିଛି । ଏୟାରଲାଇନ ପରିଚାଳନା ବନ୍ଦ ହେବା ପରେ ବିମାନ ଯୋଗାଣକାରୀ କମ୍ପାନି ନିଜ ବିମାନକୁ ଫେରାଇ ନେବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଦୀର୍ଘ ଦିନର ଆଇନଗତ ଲଢେଇ ପରେ କମ୍ପାନିକୁ ଆଶ୍ୱସ୍ତି ମିଳିଛି ।

ପଢନ୍ତୁ: ରେଲୱେକୁ ନୂଆ ଗତି ଦେବ ବନ୍ଦେ ଭାରତ ମେଟ୍ରୋ, ସାମନାକୁ ଆସିଲା ଟ୍ରେନର ପ୍ରଥମ ଝଲକ

ଏହି ପୃଷ୍ଠଭୂମିରେ ଡିଜିସିଏ ବୁଧବାର ଭଡ଼ାରେ ଦିଆଯାଇଥିବା ସମସ୍ତ ୫୪ ବିମାନର ଗୋ ଫାର୍ଷ୍ଟ ଏୟାରଲାଇନ ସହ ପଞ୍ଜୀକରଣ ଶେଷ କରିଛି । ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପଞ୍ଜୀକରଣ ଶେଷ ସହ ଜଡ଼ିତ କିଛି ନୋଟିସ ନିୟାମକର ୱେବସାଇଟରେ ଅପଲୋଡ୍ କରାଯାଇଛି । ଦିଲ୍ଲୀ ହାଇକୋର୍ଟ ଏପ୍ରିଲ ୨୬ରେ ନିଜ ରାୟରେ ଡିଜିସିଏକୁ ନିର୍ଦ୍ଦେଶ ଦେଇ ଭଡ଼ାରେ ଥିବା ବିମାନ ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ କହିଥିଲେ । ଏହାକୁ ପାଞ୍ଚଟି କାର୍ଯ୍ୟ ଦିବସ ମଧ୍ୟରେ କରିବା ପାଇଁ କହିଥିଲେ ।

ବିମାନ ନିୟାମକର ରେଜିଷ୍ଟ୍ରେସନ ଶେଷ କରିବା ଅର୍ଥ ଏହା ଯେ ଏବେ ସେହି ବିମାନ ଏୟାରଲାଇନ ସହ ଉଡାଣ ସେବା ପାଇଁ ପଞ୍ଜୀକୃତ ନାହିଁ । ଏୟରଲାଇନ ଦ୍ୱାରା ନିର୍ଦ୍ଧାରିତ ସର୍ତ୍ତର ଅନୁରୂପରେ କାମ ନକରିବା କ୍ଷେତ୍ରରେ ଯୋଗାଣକାରୀ କାମ୍ପାନି ପାଖରେ ପଞ୍ଜୀକରଣ ଶେଷ କରିବାର ବିକଳ୍ପ ରହିଥାଏ ।

  • Business
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.